କନକ ବ୍ୟୁରୋ : ୨୦୦ କୋଟି ଟଙ୍କା ଠକେଇ, ବଲିଉଡ ଅଭିନେତ୍ରୀଙ୍କ ସହ ପ୍ରେମକୁ ନେଇ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ପାଇଁ ପୁଣି ଅଡୁଆ ବଢିଛି । ଏକ ନୂଆ ମାମଲାରେ ସୁକେଶକୁ ତିହାଡ ଜେଲରୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସୁକେଶଙ୍କୁ ଇଡି ପଟିଆଲା ହାଉସ କୋର୍ଟରେ ହାଜର କରିବା ପରେ କୋର୍ଟଙ୍କ ଅନୁମତି କ୍ରମେ ତାକୁ ୯ ଦିନିଆ ରିମାଣ୍ଡରେ ନେଇଛି ।

Advertisment

ସୂଚନା ମୁତାବକ ରେଲିଗେୟର ଏଣ୍ଟରପ୍ରାଇଜେସ ଲିମିଟେଡର ପୂର୍ବ ପ୍ରମୋଟର ମଲବିନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ସୁକେଶ ୩.୫କୋଟି ଟଙ୍କା ନେଇଥିବା ଅଭିଯୋଗ ଆଣିଛନ୍ତି ମଲବିନ୍ଦରଙ୍କ ପତ୍ନୀ   । ଏନେଇ ପଟିଆଲା ହାଉସକୋର୍ଟ ଅଭିଯୋଗକାରୀଙ୍କ ଦଲିଲ ଶୁଣିବା ପରେ ସୁକେଶକୁ ୯ଦିନିଆ ଇଡି ହେପାଜତକୁ ପଠାଇ ଦିଆଯାଇଛି । ଏହାସହ କୋର୍ଟ ତରଫରୁ କୁହାଯାଇଛି କି, ସୁକେଶ ପ୍ରତିଦିନ ୧୫ ମିନିଟ ପାଇଁ ନିଜ ଓକିଲଙ୍କୁ ଭେଟିପାରିବେ ।

ଇଡି ତରଫରୁ ଏହି ଅର୍ଥ ହେରଫେର ମାମଲାରେ ସୁକେଶଙ୍କ ସହ ଅନ୍ୟ କିଏ କିଏ ରହିଛନ୍ତି ତା ଉପରେ ତଦନ୍ତ କରିବାକୁ କୋର୍ଟଙ୍କୁ ୧୪ ଦିନିଆ ରିମାଣ୍ଡ ମାଗିଥିଲା । ଇଡି ଦାବି କରିଛି କି ଜେଲରେ ଥିବା ମଲବିନ୍ଦର ସିଂଙ୍କ ସୁରକ୍ଷା ସୁନିଶ୍ଚିନ୍ତ କରିବାକୁ ଆଇନ ସଚିବର ପରିଚୟ ଦେଇ ମଲବିନ୍ଦର ସିଂ ପତ୍ନୀଙ୍କ ଠାରୁ ୩.୫କୋଟି ଟଙ୍କା ନେଇଛି ।

କହିରଖୁ କି ପ୍ରଥମରୁ ୨୦୦କୋଟି ଟଙ୍କା ହେରଫେର ମାମଲାରେ ସୁକେଶ ଏବେ ନ୍ୟାୟିକ ହେପାଜତରେ ରହିଛି । ତା ଉପରେ ଫୋର୍ଟିସ ହେଲ୍ଥ କେୟାରର ପୂର୍ବ ପ୍ରମୋଟର ଶିବେନ୍ଦର ମୋହନ ସିଂଙ୍କ ପତ୍ନୀ ଅଦିତି ସିଂଙ୍କ ଠାରୁ ବହୁ ଟଙ୍କା ନେଇଥିବା ଅଭିଯୋଗ ରହିଛି ।