କନକ ବ୍ୟୁରୋ : ସଂସଦ ଭବନରେ ଉପଦ୍ରବ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲଳିତ ଝାକୁ ଆଜି ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ହାଜର କରାଯାଇଥିଲା । ତାକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦିଆଯାଇଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୋଲିସ । ଗୁରୁବାର ରାତିରେ ଦିଲ୍ଲୀରେ ଆତ୍ମସମର୍ପଣ କରିଥିଲା ପୂରା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ । ପୂରା ଘଟଣାର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ଲଳିତ ଝା ।

Advertisment

୧୮ ମାସ ତଳୁ ହୋଇଥିଲା ଯୋଜନା
ଆତଙ୍କ ସୃଷ୍ଟି ପାଇଁ ୧୮ମାସ ତଳୁ ଯୋଜନା କରିଥିଲା ଲଳିତ ଝା
ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତୀ ଦିନକୁ ହିଁ ବାଛିଥିଲା
ବିହାରର ବାସିନ୍ଦା ଲଳିତ, କୋଲକାତାରେ ଶିକ୍ଷକତା କରୁଥିଲା
ଏକ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନରେ କାମ କରୁଥିଲା
ଗୁରୁଗ୍ରାମରେ ଭିକି ଶର୍ମା ଘରେ ସମସ୍ତଙ୍କୁ ନେଇ ବୈଠକ କରିଥିଲା
ସଂସଦ ବାହାରେ ନୀଲମ ଓ ଅନମୋଲଙ୍କ ହଙ୍ଗାମାର ଭିଡିଓ କରିଥିଲା
ଅନ୍ୟ ସହଯୋଗୀଙ୍କ ମୋବାଇଲ ଫୋନ୍ ନେଇ ପ୍ରମାଣ ନଷ୍ଟ କରିଥିଲା

ପ୍ରାଥମିକ ତଦନ୍ତ ପରେ ପୋଲିସ ଜାଣିପାରିଛି ଯେ, ପ୍ଲାନ ‘ଏ’ ଫେଲ ମାରିଲେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ଲାନ ‘ବି’ ପ୍ରସ୍ତୁତ ରଖିଥିଲା ମାଷ୍ଟରମାଇଣ୍ଡ ଲଳିତ ଝା । ନିଲମ ଓ ଅନମୋଲ ସଂସଦ ବାହାରେ ହଙ୍ଗାମା କରିବାକୁ ବିଫଳ ହୋଇଥିଲେ, ଆଉ ୨ଜଣ ମହେଶ ଓ କୈଳାସକୁ ପ୍ରସ୍ତୁତ କରାଯାଇଥିଲା । ହେଲେ ସେମାନେ ଗୁରଗ୍ରାମରେ ଭିକି ଘରେ ପହଂଚିନଥିଲେ ।

ଏମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ୍ ୟୁଏପିଏ ଧାରରେ ବିଭିନ୍ନ ମାମଲା କରାଯାଇଛି । ଏଥିରେ ଅପରାଧିକ ଷଡ଼ଯନ୍ତ୍ର, ସରକାରୀ ପ୍ରତିଷ୍ଠାନରେ ଅବୈଧ ପ୍ରବେଶ, ସରକାରୀ କର୍ମଚାରୀ ଓ ଜନସେବକଙ୍କୁ କାମରେ ବାଧା ଦେବା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ଭଳି ମାମଲା ରହିଛି । ଦୋଷୀ ସାବ୍ୟସ୍ତ ହେଲେ ଅନ୍ୟୁନ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ସୁରକ୍ଷାର ଅଭେଦ୍ୟ ଦୁର୍ଗ ସଂସଦ ଭବନରେ ବେଆଇନ ଅନୁପ୍ରବେଶ ପରେ ଦେଶର ସମସ୍ତ ସୁରକ୍ଷା ଏଜେନ୍ସ ତତ୍ପର ହୋଇଉଠିଛନ୍ତି । ଅଭିଯୁକ୍ତଙ୍କ ବାବଦରେ ଛାନଭିନ୍ କରୁକରୁ ଲକ୍ଷେ୍ମøରେ ଅନ୍ୟତମ ଅଭିଯୁକ୍ତ ସାଗର ଶର୍ମା ଘରେ ପହଂଚିଛି ଉତରପ୍ରଦେଶ ଏଟିଏସ ।

ଯାଂଚ୍ ଏଜେନ୍ସି ହାତରେ ଲାଗିଛି ଏକ ସିକ୍ରେଟ୍ ଡାଏରୀ । ପ୍ରତିଦିନର କାର୍ଯ୍ୟକଳାପକୁ ଏହି ଡାଏରୀରେ ଲେଖି ରଖୁଥିଲା ସାଗର । ତେଣୁ ପୁରା ଷଡ଼ଯନ୍ତ୍ର ବାବଦରେ ସୁରକ୍ଷା ଏଜେନ୍ସି ହାତରେ ବଡ ସୁରାକ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ଏପଟେ ସଂସଦ ସୁରକ୍ଷାରେ ତ୍ରୁଟିକୁ ନେଇ ଆହୁରି ତୀବ୍ର ହୋଇଛି ରାଜନୀତି । ଗତକାଲି ସଂସଦରୁ ନିଲମ୍ବିତ ହୋଇଥିବା ସାଂସଦମାନେ ଆଜି ଜୋରଦାର ପ୍ରତିବାଦ କରିଛନ୍ତି । ସଂସଦ ଭବନ ବାହାରେ ଗାନ୍ଧୀମୂର୍ତି ତଳେ ନାରାବାଜି କରିବା ସହ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି । ଲୋକସଭାରୁ ନିଲମ୍ବିତ ୧୩ ସାଂସଦଙ୍କ ସହ ବିରୋଧୀ ବି ସ୍ୱର ମିଳାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ ମୌନବ୍ରତ ଲେଖାଥିବା ଟି-ସାର୍ଟ ପିନ୍ଧି ନିଲମ୍ବନର ପ୍ରତିବାଦ କରିଛନ୍ତି ।