ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟର ଝଟକା, ମିଳିବନି ଧାର୍ମିକ ଆଧାରରେ ଖାଦ୍ୟ

146

କନକ ବ୍ୟୁରୋ : ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରୁ ବଡ ଝଟକା ମିଳିଛି । ଜୈନଙ୍କ ଦ୍ୱାରା ତାଙ୍କୁ ଜେଲରେ ଧର୍ମିକ ଆଧାରରେ ଜେଲରେ ଖାଦ୍ୟ ମିଳୁ ବୋଲି ଯେଉଁ ଆବେଦନ ହୋଇଥିଲା ତାହାକୁ ରାଓଜ ଏଭିନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି । ଜୈନ କୋର୍ଟରେ ଆବେଦନ କରିଥିଲେ କି ତାଙ୍କୁ ଜେଲ ପ୍ରଶାସନ ତରଫରୁ ପନିପରିବା, ଓ ଫଳ ଯୁକ୍ତ ଖାଦ୍ୟ ଉପଲବ୍ଧ କରାଯାଉ ।

ଜୈନ ତାଙ୍କ ଆବେଦନରେ ଜୈନ ଧର୍ମର ଆହର ତାଙ୍କୁ ଯୋଗାଇ ଦିଆଯାଉ । ଏହାସହ ସେ ଲେଖିଥିଲେ କି ସେ ମନ୍ଦିର ଯିବା ବିନା କୌଣସି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । ଏହାସହ ସେ ଉପବାସ ଦିନ କେବଳ ଫଳ ଖାଇଥାନ୍ତି । ଏଣୁ କୋର୍ଟ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ କି ତାଙ୍କୁ ଧାର୍ମିକ ଆଧାରରେ ଖାଦ୍ୟ ଯୋଗାଇ ଦିଆଯାଉ ।

ସେପଟେ ଜେଲ ଭିତରେ ସତ୍ୟେନ୍ଦ୍ର ଜୈନ ଜଣେ କଏଦୀ ନୁହଁନ୍ତି ବରଂ ଜଣେ ମନ୍ତ୍ରୀ ଭଳି ସେବା ପାଉଥିବା ବାରମ୍ବାର ଅଭିଯୋଗ କରିଛି ବିଜେପି । ଏନେଇ ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟ କରି ବିଜେପି ତରଫରୁ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରାଯାଉଛି ।