ଦିଲ୍ଲୀ: ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରିବା ମାମଲାରେ  ତିସ୍ ହାଜାରି କୋର୍ଟ ତିନି ଅଭିଯୁକ୍ତଙ୍କୁ ମୃତ୍ଯୁଦଣ୍ଡ ଦେଇଛନ୍ତି । ଦିଲ୍ଲୀର ତିସ୍ ହାଜାରି କୋର୍ଟ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କର ଦୁଇ ନାବାଳକ ସନ୍ତାନଙ୍କୁ ହତ୍ୟା କରିବା ଅଭିଯୋଗରେ ତିନିଜଣ ଦୋଷୀଙ୍କୁ ମୃତ୍ଯୁଦଣ୍ଡ ଶୁଣାଇଛନ୍ତି । ମହିଳାଙ୍କ ପୁତ୍ରକୁ  ୭ ବର୍ଷ ଏବଂ ଝିଅକୁ  ୬ ବର୍ଷ  ବୟସ ହେଇଥିଲା । ଦୋଷୀମାନେ ମହିଳାଙ୍କୁ ପେଚକସ୍ ଦ୍ଵାରା ଏବଂ ପିଲାମାନଙ୍କୁ ଗଳାଚିପି ହତ୍ୟା କରିଥିଲେ । ହତ୍ୟା ପରେ ଘରେ ଲୁଟପାଟ କରିଥିଲେ । ୨୦୧୫ ମସିହାରେ ଦିଲ୍ଲୀର ଖୟାଲା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ମହିଳାଙ୍କ ସ୍ଵାମୀ ଜଣେ ନାବାଳକ ସମେତ ୪ ଜଣକ ବିରୋଧରେ ଅଭିଯୋଗ କରିଥିଲେ । ମୃତ୍ଯୁଦଣ୍ଡ ପାଇଥିବା ୩ ଜଣ ହେଲେ ସାହିଦ, ଆକ୍ରାମ ଏବଂ ରାଫତ ଅଲୀ ଓରଫ ମଞ୍ଜୁର ଅଲୀ ।

ତିସ୍ ହାଜାରି କୋର୍ଟର ବିଶେଷ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଆଞ୍ଚଲ ଧାରା ୩୦୨ (ହତ୍ୟା) ଏବଂ ୧୨୦ଖ(ଅପରାଧିକ ଷଡଯନ୍ତ୍ର) ଅନୁଯାୟୀ ସାହିଦ, ଆକ୍ରାମ ଏବଂ ରାଫତ ଅଲୀକୁ ମୃତ୍ଯୁଦଣ୍ଡ ଶୁଣାଇଛନ୍ତି । ଡକାୟତି ଓ ସାମୁହିକ ବଳତ୍କାର ପାଇଁ ସେମାନକୁ ଆଜୀବନ କାରାବାସର ସଜା ମଧ୍ୟ ଶୁଣାଇଛନ୍ତି ଏବଂ ପ୍ରତ୍ଯେକଙ୍କୁ ୩୫୦୦୦ ଟଙ୍କା ଜୋରିମାନା କରାଯାଇଛି । ୨୨ ଅଗଷ୍ଟରେ କୋର୍ଟ ସେମାନକୁ ଦୋଷୀ ସାବ୍ୟସ୍ତ କରିଥିଲା । ଦଣ୍ଡଶୁଣାଣି କରି ବିଚାରପତି କହିଥିଲେ ଯେ ଏହି ଘଟଣାରେ ବହୁତ ସାକ୍ଷୀ ପ୍ରମାଣ ଅଛି । ତିନି ଅଭିଯୁକ୍ତଙ୍କୁ ସିଢି ଦେଇ ଉପରକୁ ଯିବାର ଦେଖାଯାଇଥିଲା ଏବଂ ତାପରେ ପରେ ହତ୍ୟା, ବଳତ୍କାର ଏବଂ ଡକାୟତି ପରି ଜଘନ୍ୟ ଘଟଣା ଘଟିଥିଲା । ଏହାପରେ ନାବାଳକ ସହିତ ତିନି ଅଭିଯୁକ୍ତ ଦିଲ୍ଲୀରୁ ଫେରାର ହେଇଯାଇଥିଲେ । ତିନିଜଣ ଦୋଷୀ ୨୩ ସେପ୍ଟେମ୍ବର ୨୦୧୫ ଆଲିଗଡରେ ଏକାଠି ହେଇଥିଲେ ଯେଉଁଠି ସେମାନେ ଲୁଟ କରିଥିବା ଅର୍ଥକୁ ନିଜଭିତରେ ବାଣ୍ଟି ନେଇଥିଲେ । ସେମାନଙ୍କ ପାଖରୁ  ହତ୍ୟାରେ ବ୍ୟବହୃତ ପେଚକସ୍ , ଟି ଶାର୍ଟ ମିଳିଥିଲା ଯେଉଁଥିରେ ରକ୍ତର ଛିଟା ଲାଗିଥିଲା ।