ମଦ ଦୁର୍ନୀତି ମାମଲାରେ କେଜରିୱାଲଙ୍କର ବଢିଲା ଅଡୁଆ । ମାର୍ଚ୍ଚ ୧୬ରେ ହାଜର ପାଇଁ କୋର୍ଟଙ୍କ ସମନ, ବାରମ୍ବାର ନୋଟିସ ପରେ ହାଜର ହେଉନଥିବାରୁ କୋର୍ଟର ଦ୍ୱାରସ୍ଥ ହୋଇଥିଲା ଇଡି । 

106

କନକ ବ୍ୟୁରୋ : ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଢ଼ିଲା ଅଡୁଆ  । ମାର୍ଚ୍ଚ ୧୬ରେ ହାଜର ହେବାକୁ ରାଉଜ ଏଭିନ୍ୟୁ କୋର୍ଟ ପଠାଇଲେ ସମନ  । ଏବେ ଅଦାଲତରେ ମୁହାଁମୁହିଁ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରବର୍ତନ ନିର୍ଦେଶାଳୟ  ।

ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଇଡି ପକ୍ଷରୁ ବାରମ୍ବାର ସମନ ଜାରି କରାଯାଇଥିଲେ ବି ଏହାକୁ ଅଣଦେଖା କରି ଆସୁଥିଲେ କେଜ୍ରିୱାଲ  । ଇଡିର ସମନକୁ ବେଆଇନ କହିବା ସହ ୧୨ ମାର୍ଚ୍ଚ ପରେ ଭିଡିଓ କନଫରେନ୍ସ ଯୋଗେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି କହିଥିଲେ  । ତେବେ ୮ ଥର ସମନ ପଠାଇବା ପରେ ବି ହାଜର ନ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଇଡି  । ଯାହାର ଶୁଣାଣି କରି ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ ନୋଟିସ କରିଛନ୍ତି କୋର୍ଟ  । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଅଛନ୍ତି  ।