କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ତଳ ମୁହାଁ ହୋଇଛି । ରବିବାର ଦିଲ୍ଲୀରେ ୧୮ ହଜାର ୨୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ସହ ରାଜଧାନୀରେ ଏବେ ସଂକ୍ରମଣ ହାର ୨୭ ଦଶମିକ ୮୭ ରହିଛି । ଶନିବାର ଦୈନିକ ସଂକ୍ରମିତ ୨୦ ହଜାର ୭୧୮ ଜଣ ଚିହ୍ନଟ ହୋଇଥିଲେ । ବିଗତ ଦିନର ଦୈନିକ ସଂକ୍ରମଣର ରିପୋର୍ଟକୁ ଦେଖିଲେ ଜଣାପଡୁଛି ଦିଲ୍ଲୀରେ କରୋନା ଏବେ ତଳମୁହାଁ ରହିଛି ।

Advertisment

ତେବେ ଏହି ଅବଧି ମଧ୍ୟରେ ରାଜଧାନୀ ଦିଲ୍ଲୀରେ କରୋନାରେ ୨୮ ଜଣ ପ୍ରାଣ ହରାଇଛନ୍ତି । ଏବେ ହସ୍ପିଟାଲରେ ୨ ହଜାର ୫୯୧ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେହିପରି ମହାରାଷ୍ଟ୍ରରେ ରବିବାର ୪୧ ହଜାର ୩୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ପ୍ରାଣ ହରାଇଛନ୍ତି । ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ମୁମ୍ବାଇରୁ ୭ ହଜାର ୮୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ପ୍ରାଣ ହରାଇଛନ୍ତି । ତେବେ ମୁମ୍ବାଇରେ ଚିହ୍ନଟ ହୋଇଥିବା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୮୪ ପ୍ରତିଶତଙ୍କ ପାଖରେ ଲକ୍ଷଣ ବିହୀନ ରହିଛନ୍ତି । ସେହିପରି କର୍ଣ୍ଣାଟକରେ ୩୪ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବେଙ୍ଗାଲୁରୁରୁ ୨୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।