ମାଲକାନଗିରି ଗଞ୍ଜେଇର ଦିଲ୍ଲୀ କନେକସନ । ରିମାଣ୍ଡରେ ଆସି ଗୁମର ଖୋଲିଛି ଗଞ୍ଜେଇ ମାଫିଆ ।

119

କନକବ୍ୟୁରୋ:ମାଲକାନଗିରି ଗଞ୍ଜେଇର ଦିଲ୍ଲୀ କନେକସନ । ଡାନ୍ସ ବାର ଓ ପବ୍କୁ ଚିତ୍ରକୋଣ୍ଡାରୁ ଚାଲାଣ ହେଉଥିଲା ଗଞ୍ଜେଇ । ୩ଦିନିଆ ରିମାଣ୍ଡର ଶେଷ ବେଳେ ଏପରି ଗୁମର ଖୋଲିଛି ଗଞ୍ଜେଇ ମାଫିଆ ରାହୁଲ ସେଠୀ । ଏହାସହ ଝାଡ଼ଖଣ୍ଡ, ବିହାର, ଦିଲ୍ଲୀ ଓ ଉତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅଭିଯୁକ୍ତ ରାହୁଲ ସେଠୀ ସୂଚନା ଦେଇଛି । ଦିଲ୍ଲୀର କିଛି ଡାନ୍ସ ବାର ଓ ପବ୍କୁ ଚିତ୍ରକୋଣ୍ଡାରୁ ଗଞ୍ଜେଇ ଯୋଗାଉଥିଲା ।

ଗଞ୍ଜେଇ ଚୋରା ଚାଲାଣ କରି ଏକାଧିକ ଗାର୍ଲଫ୍ରେଣ୍ଡଙ୍କ ସହ ଅୟସ କରୁଥିଲା ଅଭିଯୁକ୍ତ ରାହୁଲ । ଏପରିକି କାର ଭିତରେ ସ୍ୱତନ୍ତ୍ର ଚାମ୍ବର କରି ତା ଭିତରେ ଗଞ୍ଜେଇ ଚାଲାଣ କରୁଥିଲା ମାଷ୍ଟରମାଇଣ୍ଡ । ନିଶା ଟଙ୍କାରେ ବିଭିନ୍ନ ସ୍ଥାନ ଫ୍ଲାଇଟରେ ବୁଲିବା ସହ ଷ୍ଟାର ହୋଟେଲରେ ମଉଜ କରୁଥିଲା । ଗତ ୧୮ ତାରିଖରେ ଝାରପଡ଼ା ଜେଲରେ ସହଯୋଗୀ ମାନଙ୍କୁ ଭେଟିବା ପାଇଁ ଆସିଥିବା ବେଳେ ସ୍ପେଶାଲ କ୍ରାଇମ ୟୁନିଟ ହାବୁଡ଼ରେ ପଡ଼ିଥିଲା ଅଭିଯୁକ୍ତ ।

ଗତ ଫେବ୍ରୁୟାରୀ ୧୧ତାରିଖରେ ପିତାପଲ୍ଲୀ ଛକରୁ ପାହାଳ ଭିତରେ ସ୍ପେଶାଲ କ୍ରାଇମ ୟୁନିଟ ଓ ନିଶା ମାଫିଆଙ୍କ ଭିତରେ ଛକାପଂଝା ଚାଲିିଥିଲା । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ଟିମ୍ ଚଢାଉ କରି ଦୁଇଟି ଗାଡ଼ି ସହ ଚାଲାଣ ହେଉଥିବା ୩କ୍ୱିଂଟାଲ ଗଂଜେଇ ଜବତ କରିଥିଲା । କାର ଭିତରେ ଚାମ୍ବର କରି ପଶ୍ଚିମବଙ୍ଗ ଚାଲାଣ ବେଳେ ୩ଜଣଙ୍କୁ ବାକୁ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ । ଜବତ ଗଂଜେଇର ମୂଲ୍ୟ ପାଖାପାଖ ୩୦ଳକ୍ଷ ଟଙ୍କା ହେବ ।