କନକ ବ୍ୟୁରୋ : ଦିଲ୍ଲୀ ଏମସିଡି ଉପରେ ବର୍ଷିଲେ ହାଇକୋର୍ଟ । ବଡ ବଡ ବିଲଡିଂ ନିର୍ମାଣ ଢ଼ାଂଚାକୁ ପରଖାଯାଉଛି କିନ୍ତୁ ନାଳ ନର୍ଦମା ଖରାପ ସ୍ଥିତିରେ ଥିଲେ ବି କାହିଁକି ଧ୍ୟାନ ଦିଆଯାଉନି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପୁରୁଣା ଡ୍ରେନର ମରାମତି ବା ନୂଆ ନିର୍ମାଣ ଦିଗରେ କାହିଁକି ତତ୍ପର ଦେଖାଉନି ଏମସିଡି । ଏଥିସହ କୋର୍ଟ ପ୍ରଶ୍ନ କରିଛନ୍ତି ଏବେସୁଦ୍ଧା ଏମସିଡିରେ କୌଣସି ଅଧିକାରୀଙ୍କୁ ଗିରଫ କରାଗଲାଣି କି? ଅଧିକାରୀଙ୍କ ବିରୋଧରେ କୌଣସି ଯାଂଚ କରାଯାଇଛି କି? କେବଳ ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କାହିଁକି ନିଆଯାଉଛି, କେବଳ ଜୁନିୟର ଅଧିକାରୀଙ୍କୁ ନିଲମ୍ବିତ କରାଯାଉଛି?କ’ଣ ପାଇଁ ଯାଂଚ ଘେରକୁ ଆସୁ ନାହାଁନ୍ତି ବରିଷ୍ଠ ଅଧିକାରୀ ଦିଲ୍ଲୀ କୋଚିଂସେଂଟର ଦୁର୍ଘଟଣା ମାମଲା ସର୍ମ୍ପକିତ ଏକ ଆବେଦନ ଉପରେ ଆଜି ଶୁଣାଣୀ କରିଛନ୍ତି ହାଇକୋର୍ଟ । ମାମଲାରେ ଉଚ୍ଚସ୍ତରୀୟ ଦତ ନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ଆବେଦନକାରୀ । ଯାହାର ଶୁଣାଣୀ କରିଥିଲେ ହାଇକୋର୍ଟ ।ଏଥିସହ ଏମସିଡି ଅଧିକାରୀ, ଦିଲ୍ଲୀ ପୁଲିସ ଓ ଯାଂଚ କମିଟି ଶୁକ୍ରବାର ଶୁଣାଣୀରେ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏଥିସହ ନାଳ ଉପରେ ହୋଇଥିବା ବେନିୟମ ନିର୍ମାଣକୁ ୨ଦିନ ମଧ୍ୟରେ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି

Advertisment