କନକ ବ୍ୟୁରୋ: ଇଡି ଦ୍ୱାରା ଗିରଫ ହୋଇ ଦିଲ୍ଲୀ ଇଢି ମୁଖ୍ୟାଳୟର ଲକଅପରେ ରାତି କାଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ରାତିରେ ଗିରଫ ହୋଇଥିଲେ । ।

Advertisment

ଗତକାଲି ତାଙ୍କ ବାସଭବନରୁ ଗିରଫ କରିଥିଲା ଇଡି । ଗିରଫ ପରେ କେଜ୍ରିୱାଲଙ୍କୁ ଇଡି ମୁଖ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ସେ ରାତି ବିତାଇଛନ୍ତି । କେଜ୍ରିୱାଲଙ୍କୁ ଇଡି ଲକଅପରେ ରଖାଯାଇଛି । ଅବଶ୍ୟ ଇଡି ଲକଅପରେ ଏୟାର କଣ୍ଡିସନ୍ ସୁବିଧା ରହିଛି । ରାତିରେ ପଚରାଉଚରା କରାଯାଇନଥିଲା । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଇଡି ଲକ ଅପରେ ରଖିବା ପୂର୍ବରୁ ବିଳମ୍ବିତ ରାତିରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା ।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆବେଦନକୁ ଏକ ଡାଏରୀ ନମ୍ବର ମିଳିଛି । ତେବେ ଶୁଣାଣିକୁ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।