କେଜ୍ରିୱାଲ କହିଲେ ମୋତେ ମିଳିବା କଥା ନୋବେଲ ପୁରସ୍କାର, ଜାଣନ୍ତୁ ଏଭଳି କହିବା ପଛର କାରଣ?

କେଜ୍ରିୱାଲ କହିଲେ ମୋତେ ମିଳିବା କଥା ନୋବେଲ ପୁରସ୍କାର, ଜାଣନ୍ତୁ ଏଭଳି କହିବା ପଛର କାରଣ?

କନକ ବ୍ୟୁରୋ : ମୋତେ ନୋବେଲ ପୁରସ୍କାର ମିଳିବା କଥା । ଏକ ସାଧାରଣ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ଦିଲ୍ଲୀର ଉପରାଜ୍ୟପାଳଙ୍କ ବିରୋଧରେ ବର୍ଷିବା ସହ ଏମିତି କହିଛନ୍ତି କେଜ୍ରିୱାଲ । ତାଙ୍କୁ ଓ ଦିଲ୍ଲୀବାସୀଙ୍କୁ ବିଜେପି ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଭଳି ଭାବେ ତାଙ୍କୁ ହଇରାଣ କରାଯାଉଛି ଆଉ ସେ ସରକାର ଚଳାଉଛନ୍ତି ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରିବା ଦରକାର ବୋଲି କେଜ୍ରିୱାଲ କହିଛନ୍ତି ।ଦିଲ୍ଲୀରେ କେମିତି ସରକାର ଚଳାଉଛି ତାହା କେବଳ ମୁଁ ଜାଣିଛି ।

ବାରମ୍ବାର ହଇରାଣ କଲେ ମଧ୍ୟ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି କହିଛନ୍ତି କେଜ୍ରିୱାଲ । ଆଗାମୀ ଲୋକସଭା ନିର୍ବାଚନରେ ଦିଲ୍ଲୀବାସୀଙ୍କୁ ୭ରୁ ୭ ସାଂସଦ ଆସନରେ ଆପ-କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡିରେ ହାଜର ହୋଇନାହାନ୍ତି । ଇଡି ସପ୍ତମ ଥର ପାଇଁ ସମନ କରି ହାଜର ହେବାକୁ କହିଥିଲା । କୋର୍ଟଙ୍କ ରାୟ ପରେ ହାଜର ହେବା ବାବଦରେ ନିଷ୍ପତି ନିଆଯିବ ବୋଲି ଆପ୍ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe