‘ଦିଲ୍ଲୀର ଜନତାଙ୍କୁ ଶକ୍ତ ଚାପୁଡା’, ଏଲଜିଙ୍କ ଶକ୍ତି ବୃଦ୍ଧିକୁ ନେଇ ଆସିଥିବା ଅଧ୍ୟାଦେଶ ଉପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା ।

212

କନକ ବ୍ୟୁରୋ: ଦିଲ୍ଲୀରେ ସିଭିଲ ସେବା ପ୍ରାଧିକରଣ ତିଆରି କରିବାକୁ ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । ଏହାକୁ ନେଇ ସେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ରର ଏହି ଅଧ୍ୟାଦେଶ ଷଡଯନ୍ତ୍ର । ଏହାର ସମୟ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଥିଲା ।

କେଜ୍ରିୱାଲ କହିଛନ୍ତି ମୋତେ ଜଣାଥିଲା ଯେ ଏଭଳି ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବୁ । କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରି କହିଛନ୍ତି, ସରକାର ଗ୍ରୀଷ୍ମଛୁଟି ପାଇଁ ସୁପ୍ରିମକୋର୍ଟ ବନ୍ଦ ହେବାର ଅପେକ୍ଷା କରିଥିଲେ । ସେମାନେ ଅପେକ୍ଷା କରିଥିଲେ କାରଣ ସେମାନେ ଜାଣିଥିଲେ ଅଧ୍ୟାଦେଶ ଅବୈଧ । ସେମାନଙ୍କୁ ଜଣାଥିଲା ଏହି ପ୍ରସଙ୍ଗ କୋର୍ଟରେ ୫ମିନିଟ ଯାଏ ତିଷ୍ଠି ପାରିବନାହିଁ । ଜୁଲାଇ୧ରେ ସୁପ୍ରିମକୋର୍ଟ ଖୋଲିବା ପରେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ।

ସେ ଏହା ମଧ୍ୟ କହିଛନ୍ତି କେନ୍ଦ୍ର ସରକାରଙ୍କ ଏହି ଅଧ୍ୟାଦେଶ ସୁପ୍ରିମକୋର୍ଟଙ୍କର ଅପମାନ । ଏହାଛଡା କେଜ୍ରିୱାଲ କହିଛନ୍ତି ଦିଲ୍ଲୀର ଦୁଇ କୋଟି ଜନତାଙ୍କୁ ଏହା ଶକ୍ତ ଚାପୁଡା ।