କନକ ବ୍ୟୁରୋ : ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏବେ ଦିଲ୍ଲୀବାସୀଙ୍କୁ ୨୩୧୦ଟଙ୍କାରେ ମିଳିବ ସୋରେଜ ଏବଂ ପାଣି କନେକ୍ସନ । ଗଣମାଧ୍ୟମ ସାମ୍ନାରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଏହା ସହ କେଜରିୱାଲ କହିଛନ୍ତି ଭିତିଭୂମିର ଉନ୍ନତିକରଣ ପାଇଁ ଦିଲ୍ଲୀବାସୀଙ୍କ ଠାରୁ ଟଙ୍କା ନିଆଯିବ ନାହିଁ । ପୂର୍ବରୁ ୨ଶହ ମିଟର ଫ୍ଲାଟ ପାଇଁ ୧ ଲକ୍ଷ ୧୪ ହଜାର ୧୧୦ ଟଙ୍କା ଦେବାକୁ ପଡ଼େ । ହେଲେ ୩ଶହ ମିଟର ଫ୍ଲାଟ ପାଇଁ ୧ ଲକ୍ଷ ୨୪ ହଜାର ୧୧୦ ଟଙ୍କା ଦେବାକୁ ପଡ଼ୁଥିଲା ।
ହେଲେ ଏତେ ଟଙ୍କା ଏବେ ଦିଲ୍ଲୀବାସୀଙ୍କୁ ଆଉ ଦେବାକୁ ପଡ଼ିବନି । ଏବେ ଯେତେବଡ଼ ଫ୍ଲାଟ ହେଉନା କାହିଁ କେବଳ ୨୩୧୦ଟଙ୍କା ଦେବାକୁ ପଡ଼ିବ । ଦିଲ୍ଲୀରେ ପାଣୀକୁ ନେଇ ରାଜନୀତିକରଣ କରାଯାଉଛି । କିନ୍ତୁ ସେ ଏହି ରାଜନୀତିରେ ବଡ଼ିବାକୁ ଚାହାନ୍ତିନି । ଦିଲ୍ଲୀବାସୀଙ୍କୁ ଶୁଦ୍ଧ ପାଣି ପହଞ୍ଚାଇବା ମୋର ଉଦ୍ଦେଶ୍ୟ ବୋଲି ଅରବିନ୍ଦ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/727489-arvind-kejriwal-pti-1_1_0.jpeg)