କେଜ୍ରିୱାଲଙ୍କୁ ଗିରଫ ପରେ ମନ୍ତ୍ରୀ ଆତିଶୀଙ୍କ ଦୃଢୋକ୍ତି । କହିଲେ ଜେଲରୁ ଚାଲିବ ଦିଲ୍ଲୀ ସରକାର

431

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଗିରଫ କରିଛି । କେଜ୍ରିୱାଲଙ୍କ ଗିରଫ କରିବା ପରେ ତୁରନ୍ତ ଆମ୍ ଆଦମୀ ପାର୍ଟି ସୁପ୍ରିମ କୋର୍ଟରେ ଆଜି ରାତିରେ ଶୁଣାଣି କରିବାକୁ ଆବେଦନ କରିଛି । ଏହାସହ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ମାରଲିନା କହିଛନ୍ତି କି, ଜଣ ଜଣ କରି ଦିଲ୍ଲୀ ସରକାରର ସମସ୍ତ ମନ୍ତ୍ରୀଙ୍କୁ ଗିରଫ କରାଗଲେ ବି ଜେଲରୁ ଦିଲ୍ଲୀ ସରକାର ଚାଲିବ ।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଆଜି ସଂନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଯାଂଚ କରିଥିଲା । ଏହାସହ ଦୀର୍ଘ ସମୟ ଧରି କେଜ୍ରିୱାଲଙ୍କୁ ଜେରା କରିବା ପରେ ଗିରଫ କରିଛି । ଏହି ମାମଲାରେ ଏହା ପୂର୍ବରୁ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ମନୀଷ ସିଶୋଦିଆ, ସଂଜୟ ସିଂଙ୍କୁ ମଧ୍ୟ ଇଡି ଗିରଫ କରିଛି ।