ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ସମର୍ଥନ ! ସିବିଏସଇ ପରୀକ୍ଷା ଫି’ ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ସମର୍ଥନ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

Advertisment
ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ସମର୍ଥନ ! ସିବିଏସଇ ପରୀକ୍ଷା ଫି’ ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ସମର୍ଥନ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମର୍ଥନ । ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖି ବର୍ଦ୍ଧିତ ଫି’ର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି । ଏ ପ୍ରସଙ୍ଗରେ ନବୀନଙ୍କୁ ସମର୍ଥନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ।

ଏକ ଟ୍ଵିଟ କରି ସେ ଲେଖିଛନ୍ତି ଯେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ସମର୍ଥନ କରୁଛନ୍ତି । ଏ ନେଇ କେନ୍ଦ୍ର ସରକାର ଏକ ସକାରାତ୍ମକ ପଦକ୍ଷେପ ନେବେ ବୋଲି ସେ ଆଶା କରିଛନ୍ତି । ନିଜ ଚିଠିରେ ନବୀନ ଲେଖିଥିଲେ ଯେ, ଏସ୍ସି ଓ ଏସ୍ଟି ପିଲାଙ୍କ ପରୀକ୍ଷା ଫି’ ବୃଦ୍ଧି ଅସ୍ୱାଭାବିକ ଭାବେ ୨୪ ଗୁଣା ବୃଦ୍ଧି କରାଯାଇଛି, ଯାହାକି ଗ୍ରହଣୀୟ ନୁହେଁ ।

publive-imageସୂଚନାଯୋଗ୍ୟ ଓଡ଼ିଶାରେ ୨୦୦ରୁ ଅଧିକ ସିବିଏସ୍ଇ ସ୍ୱୀକୃତ ସ୍କୁଲ ଅଛି । ଫି ବୃଦ୍ଧି ଯୋଗୁଁ ଗରିବ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେବେ । ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉଭୟ ଅନୁସୂଚିତ ଜାତି ଓ ଜନଜାତି ସମେତ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ମଧ୍ୟ ଏଣିକି ବର୍ଦ୍ଧିତ ଦରରେ ପରୀକ୍ଷା ‘ଫି’ ଦେବେ।
publive-imageବର୍ତ୍ତମାନ ଯାଏଁ ଏସ୍ସି-ଏସ୍ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିବା ବେଳେ ନୂତନ ନିୟମ ଅନୁସାରେ ସେମାନଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡ଼ିବ। ବିଜ୍ଞପ୍ତି ଅନୁସାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି ୧୫ ଶହ ଟଙ୍କା କରି ଦିଆଯାଇଛି। ପୂର୍ବରୁ ଏହି ବର୍ଗର ଛାତ୍ରଛାତ୍ରୀମାନେ ୧୨ ଶହ ଟଙ୍କା ଦେଉଥିଲେ। ମାଇଗ୍ରେସନ୍ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe