କରୋନା କାଳରେ ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ପରୀକ୍ଷା ବାତିଲ ନହେଲେ, କରୋନା ହଟସ୍ପଟ୍ ପାଲଟି ଯାଇପାରେ ପରୀକ୍ଷା କେନ୍ଦ୍ର

79

କନକ ବ୍ୟୁରୋ: ଦିଲ୍ଲୀରେ ବନ୍ଦ କରାଯାଉ ସିବିଏସଇ ପରୀକ୍ଷା । ବଢୁଥିବା କରୋନା ସ୍ଥିତି ଭିତରେ ଆଜି ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଦେଶରେ କରୋନା ବଢୁଥିବା ସମୟରେ ଦିଲ୍ଲୀରେ ସ୍ଥିତି ଭୟଙ୍କର ରହିଛି । ଏହାକୁ ଦୃଷ୍ଟିରେ ରଖି ସିବିଏସଇ ପରୀକ୍ଷା ପାଇଁ ଆଉ ଏକ ତାରିଖ ନେଇ ବିଚାର କରିବାକୁ ଆଜି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ ବର୍ତମାନ ସିବିଏସଇ ପରୀକ୍ଷା ପରିଚାଳନା କରିବାର ଅର୍ଥ, ବଡ ପରିମାଣରେ କରୋନା ସଂକ୍ରମଣ ବ୍ୟାପିବ । ଏପରିକି ଏହି ପରୀକ୍ଷା କେନ୍ଦ୍ର ସବୁ ହଟସ୍ପଟରେ ବି ପରିଣତ ହୋଇଯାଇପାରେ । ଛାତ୍ରଛାତ୍ରୀଙ୍କ ଜୀବନ ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେଇ ବର୍ତମାନ ସିବିଏସଇ ପରୀକ୍ଷାକୁ ବାତିଲ କରିବାକୁ ଅନୁରୋଧ କରିଛନ୍ତି କେଜରିୱାଲ । ସିବିଏସଇର ପରୀକ୍ଷା କ୍ୟାଲେଣ୍ଡର ଅନୁସାରେ ଚଳିତ ବର୍ଷ ୨୦୨୧ ସିବିଏସଇ ମାଟ୍ରିକ ପରୀକ୍ଷା ଓ ଦ୍ୱାଦଶ ପରୀକ୍ଷା ଦେବେ ପ୍ରାୟ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ର । ଏହି ପରୀକ୍ଷା ସହିତ ପ୍ରାୟ ୧ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହେବେ । ତେଣୁ ସଂକ୍ରମଣ ବଢିଲେ ଏହି ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ରହିଛି । ଦିଲ୍ଲୀରେ ଏହି ସ୍ଥିତି ଆସିବା ଆଗରୁ ସିବିଏସଇ ପରୀକ୍ଷା ବାତିଲ କରିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

Comments are closed.