ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ କେହି ପିନ୍ଧାଇ ପାରିବେ ନାହିଁ ଫୁଲ ମାଳା । ଜାଣନ୍ତୁ କାହିଁକି ?

492

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜଣେ ଯୁବକ ଖୁଲମଖୁଲା ଚାପୁଡା ମାରିବା ପରେ ଏବେ କେଜ୍ରିୱାଲଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯାହାଫଳରେ ଆଉ କେହି ଲୋକ ଅରବିନ୍ଦ କେଜ୍ରିୱାଲଙ୍କୁ ମାଳା ପିନ୍ଧାଇବାକୁ ଯାଇପାରିବେ ନାହିଁ । ଖାଲି ସେତିକି ନୁହେଁ, ତାଙ୍କ ସହ କର ମର୍ଦ୍ଦନ ମଧ୍ୟ କୌଣସି ଅଜଣା ବ୍ୟକ୍ତି କରିପାରିବେ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ପୁଲିସ ।

ସୂଚନା ମୁତାବକ, କେଜ୍ରିୱାଲଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିବାପରେ ଏବେ ଅରବିନ୍ଦ କେଜରିଓ୍ଵାଲଙ୍କର ସୁରକ୍ଷା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରିଛି ଦିଲ୍ଲୀ ପୁଲିସ । ଏହାସହ ପୂର୍ବପରି ଆଉ କେଜ୍ରିୱାଲଙ୍କ ରୋଡ ସୋ’ରେ ବେଶୀ ଲୋକଙ୍କୁ ନିଆଯିବ ନାହିଁ । ସେ ଯେଉଁ ଖୋଲା ଜିପରେ ଯିବେ ସେଥିରେ କେବଳ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ହିଁ ତାଙ୍କ ସହ ରହିବେ ।

ଅପରପକ୍ଷେ ଅରବିନ୍ଦ କେଜ୍ରିୱାଲଙ୍କ ସହ ସବୁବେଳେ କୋଡିଏ ଜଣ ସୁରକ୍ଷା କର୍ମୀ ରହି ତାଙ୍କୁ ସୁରକ୍ଷା ପ୍ରଦାନ କରିବେ । ସୂଚନାଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ଶନିବାର ଦିନ ସୁରେଶ ଚୌହାନ ନାମକ ଜଣେ ଲୋକ ଚାପୁଡ଼ା ମାରିଥିଲେ । ଏଂବ ଉକ୍ତ ଯୁବକ ଜଣକ ଆମ ଆଦମି ପାର୍ଟିର ସଦସ୍ୟ ଥିଲେ ବୋଲି ପୋଲିସ୍ ତରଫରୁ ସୂଚନା ମିଳିଛି ।