କନକ ବ୍ୟୁରୋ : ପଞ୍ଜାବରେ ଭଗୱନ୍ତ ମାନ୍ ସରକାର ନିଜ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁହଁ ଖୋଲିଛନ୍ତି । କେଜ୍ରିୱାଲ ଭଗୱନ୍ତ ମାନଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ କହିଛନ୍ତି କି ଭଗୱନ୍ତ ମାନ ମୋତେ ଗର୍ବିତ କରିଛନ୍ତି । ମାନ୍ ପ୍ରମାଣ କରିଦେଇଛନ୍ତି ଯେ ଆମ୍ ଆଦମୀ ପାର୍ଟିର ବିଚାର ହେଉଛି ମୁଣ୍ଡ କଟିଯିବ ହେଲେ ଦେଶ ସହ ବିଶ୍ୱାସଘାତ କରିବୁ ନାହିଁ ।

Advertisment

କହିରଖୁ କି ପଞ୍ଜାବ ସରକାରରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସଂଗଲା ଗିରଫ ହୋଇଛନ୍ତି । ଲାଂଚ ନେଉଥିବା ଅଭିଯୋଗ ଆସିବା ପରେ ଖୁଦ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ତାଙ୍କୁ ମନ୍ତ୍ରୀପଦରୁ ବିଦା କରିବା ସହ ଯାଂଚ କରିବାକୁ ପଞ୍ଜାବ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବାର କିଛି ସମୟ ମଧ୍ୟରେ ପଞ୍ଜାବ ଦୁର୍ନିତୀ ବିରୋଧୀ ଶାଖା ବିଜୟ ସିଂଗଲାଙ୍କୁ ଗିରଫ କରିଛି ।

କୁହାଯାଉଛି କି, ପଞ୍ଜାବ କ୍ୟାବିନେଟରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବିଜୟ ସିଂଗଲା କିଛି ଠିକାଦାରଙ୍କ ଠାରୁ ମୋଟ ୱାର୍କ ଅର୍ଡର ୧ ପ୍ରତିଶତ କମିଶନ ନେବାକୁ ଚୁକ୍ତି କରିଥିଲେ । ଏନେଇ ଅଭିଯୋଗ ଆସିବା ପରେ ଏହାର ସତ୍ୟସତ୍ୟ ଖୋଜିଥିଲେ ମୁଖ୍ୟମନ୍ତ୍ରୀ ମାନ୍ । କିଛି ବିଶେଷ ସୂତ୍ରରୁ ଏହି ଲାଂଚ କାରବାରର ସତ୍ୟତା ପାଇବା ପରେ ମଙ୍ଗଳବାର ଦିନ ମାନ୍ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଂଗଲାଙ୍କୁ କ୍ୟାବିନେଟରୁ ବହିସ୍କାର କରିଥିଲେ ।