କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ହାଲକା ଜ୍ୱର ହେବା ସହ ଗଳା ସଂକ୍ରମିତ ହୋଇଛି । ଏବେ ତାଙ୍କର କରୋନା ପରୀକ୍ଷା କରାଯିବ । ସାମାନ୍ୟ ଜ୍ୱର ହେବା ପରେ ଗତକାଲିଠାରୁ ତାଙ୍କର ସମସ୍ତ ବୈଠକକୁ ରଦ୍ଦ କରିଦିଆଯାଇଛି ଓ ସେ କାହାକୁ ସାକ୍ଷାତ କରୁନାହାନ୍ତି । ବର୍ତମାନ ସଙ୍ଗରୋଧରେ ଅଛନ୍ତି ଅରବିନ୍ଦ କେଜରିୱାଲ । ଦେଶରେ ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ରହିଛି ।
zeenews.india.comଦିଲ୍ଲୀରେ ବର୍ତମାନ ସୁଦ୍ଧା ପାଖାପାଖି ୨୯ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୃତ୍ୟୁ ଶହରୁ ଅଧିକ ହେଲାଣି । ଦିଲ୍ଲୀର ହସପିଟାଲ ଗୁଡିକରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ ବୋଲି କେଜରିୱାର ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଡାକ୍ତରଖାନାଗୁଡିକରେ ରାଜ୍ୟ ବାହାରର ରୋଗୀଙ୍କ ଚିକିତ୍ସା ହେବ । ଖୋଦ ଅରବିନ୍ଦ କେଜରିୱାଲ ଏହି ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/32-2.jpg)