କେଜ୍ରିୱାଲଙ୍କ ଚିଠି ଦେଖିି କାନ୍ଦିଲେ ମନ୍ତ୍ରୀ । ନିର୍ଦ୍ଦେଶନାମା ପଢି ଶୁଣାଇଲେ ଜଳ ମନ୍ତ୍ରୀ ।

Advertisment
କେଜ୍ରିୱାଲଙ୍କ ଚିଠି ଦେଖିି କାନ୍ଦିଲେ ମନ୍ତ୍ରୀ । ନିର୍ଦ୍ଦେଶନାମା ପଢି ଶୁଣାଇଲେ ଜଳ ମନ୍ତ୍ରୀ ।

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଥିବାବେଳେ ତାଙ୍କର ପ୍ରଥମ ନିର୍ଦ୍ଦେଶନାମା ପଠାଇଛନ୍ତି । ରବିବାର ସକାଳେ ଏହି ସୂଚନା ପ୍ରଦାନ କରି ଆମ୍ ଆଦମୀ ପାର୍ଟି ସହ ଜଡିତ ସୂତ୍ରରୁ ପ୍ରକାଶ ଯେ ସିଏମ୍ କେଜ୍ରିୱାଲ ଜଳ ମନ୍ତ୍ରଣାଳୟ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ଏଏପି ନେତା ତଥା ଦିଲ୍ଲୀ ଜଳ ମନ୍ତ୍ରୀ ଆତିଶି ମାର୍ଲେନା ଏକ ସାମ୍ବାଦିକ ସମ୍ମିଳନୀ କରି ସିଏମ କେଜ୍ରିୱାଲଙ୍କ ଆଦେଶନାମା ପଢ଼ିଛନ୍ତି।

କେଜ୍ରିୱାଲଙ୍କ ଚିଠିରେ ଲେଖାଅଛି, ‘ମୁଁ ଜାଣିଲି ଯେ ଦିଲ୍ଲୀର କିଛି ଅଞ୍ଚଳରେ ଜଳ ଓ ସ୍ୱେରେଜ୍ ସମସ୍ୟା ରହିଛି। ମୁଁ ଏ ବିଷୟରେ ଚିନ୍ତିତ। ଯେହେତୁ ମୁଁ ଜେଲରେ ଅଛି, ଏହି କାରଣରୁ ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ ନୁହେଁ। ଖରା ଦିନ ଆସୁଛି । ଯେଉଁଠାରେ ଜଳର ଅଭାବ ଅଛି, ସେଠାରେ ଉପଯୁକ୍ତ ସଂଖ୍ୟକ ଟ୍ୟାଙ୍କର୍ ବ୍ୟବସ୍ଥା କରନ୍ତୁ । ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଉପଯୁକ୍ତ ନିର୍ଦ୍ଦେଶ ଦିଅନ୍ତୁ ଯାହାଦ୍ୱାରା ଜନସାଧାରଣ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଜନସାଧାରଣ ସମସ୍ୟାର ତୁରନ୍ତ ଏବଂ ଉପଯୁକ୍ତ ସମାଧାନ ହେବା ଉଚିତ୍। ଯଦି ଆବଶ୍ୟକ ହୁଏ, ଉପରାଜ୍ୟପାଳଙ୍କ ଠାରୁ ମଧ୍ୟ ସାହାଯ୍ୟ ନିଅନ୍ତୁ । ସେ ନିଶ୍ଚିତ ଭାବରେ ଆପଣଙ୍କୁ ସାହାଯ୍ୟ କରିବେ’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe