ଡବଲ ଇଞ୍ଜିନ ନୁହେଁ ନୂଆ ଇଞ୍ଜିନର ସରକାର ଗଠନ କରିବୁ। କର୍ଣ୍ଣାଟକରେ କେଜ୍ରିୱାଲଙ୍କ ରଣହୁଙ୍କାର।

104

କନକ ବ୍ୟୁରୋ: ଆପ ସଂଯୋଜକ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନ ପ୍ରଚାର ପାଇଁ କର୍ଣ୍ଣାଟକରେ ପହଞ୍ଚିଛନ୍ତି । ଦାବଣଗେରେରେ ସେ ପ୍ରଚାର ପାଇଁ ପହଞ୍ଚିଛନ୍ତି । ସେଠାରେ ସେ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏଠାରେ ସେ କେନ୍ଦ୍ର ସରକାର ଉପରେ ଆକ୍ରମଣ କରିଛନ୍ତି । ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ କର୍ଣ୍ଣାଟକରେ ପହଞ୍ଚିଛନ୍ତି । ଉଭୟ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବୈଠକରେ ଭାଗ ନେଇଥିଲେ । କେଜ୍ରିୱାଲ କହିଛନ୍ତି ଆମେ ଡବଲ ଇଞ୍ଜିନ ନୁହେଁ ନୂଆ ଇଞ୍ଜିନର ସରକାର ଗଠନ କରିବୁ ।