କାଲି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ । ଅନ୍ତରୀଣ ଜାମିନ ନେଇ ମିଳିଲାନି ଆଶ୍ୱସ୍ତି ।

155

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । କାରଣ ଅନ୍ତରୀଣ ଜାମିନ ନେଇ ଶୁଣାଣି କଲେନାହିଁ ଦିଲ୍ଲୀ କୋର୍ଟ । ଏହି ଜାମିନ୍ ତାରିଖକୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆହୁରି ସପ୍ତାହେ ବଢାଇବାକୁ କେଜ୍ରିୱାଲ ଅପିଲ କରିଥିଲେ ବି ଏହାକୁ କୋର୍ଟ ଏବେ ଶୁଶାଣି କରିବାକୁ ଅଗ୍ରାହ୍ୟ କରିଛନ୍ତି । ଏହା ଉପରେ ଜୁନ୍ ୫ ତାରିଖରେ ଶୁଣାଣି କରିବାକୁ କହିଛନ୍ତି । ଫଳରେ ଜୁନ୍ ୨ ତାରିଖ ଅର୍ଥାତ ଆସନ୍ତା କାଲି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ ।