ଭଡାଟିଆଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଉପହାର ! ଏବେ ମାଲିକଙ୍କ ଏନଓସିକୁ ଅପେକ୍ଷା ନକରି ଭିନ୍ନ ମିଟର ଲଗାଇପାରିବେ ଭଡାଟିଆ , ଜାଣନ୍ତୁ ଏହି ଯୋଜନାରେ କ’ଣ ହେବ ଲାଭ ।

415

ନିର୍ବାଚନ ରଣକୁ ଆଖି ଆଗରେ ରଖି ଆମ୍ ଆଦମୀ ପାର୍ଟିି ସରକାର ନିଜ ବାଜି ଖେଳିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ରାଜଧାନୀରେ ରହୁଥିବା ଭଡାଟିଆଙ୍କୁ ବିଜୁଳୀ ବିଲ୍ ଦରରେ ସୁଧାର ଆଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ପରେ ଭଡାଟିଆ ଆଉ ମାଲିକଙ୍କ ଏନଓସିକୁ ଅପେକ୍ଷା କରିବେ ନାହିଁ । ଭଡାଟିଆ ବିଜୁଳୀ ପାଇଁ ଭିନ୍ନ ମିଟର ଲଗାଇବେ ଏବଂ ଦିଲ୍ଲୀରେ ଲାଗୁ ହୋଇଥିବା ବିଜୁଳୀ ଦରର ଲାଭ ଉଠାଇପାରିବେ ।

କେଜରିୱାଲ୍ ପ୍ରେସ୍ କନଫ୍ରେନ୍ସରେ ଘୋଷଣା କରି କହିଥିଲେ ଯେ , ଆମେ “ମୁଖ୍ୟମନ୍ତ୍ରୀ ଭଡାଟିଆ ବିଜୁଳୀ ମିଟର ଯୋଜନା” ପ୍ରସ୍ତୁତ କରିଛୁ । ଏହି ଯୋଜନାରେ ଭଡାଟିଆଙ୍କ ଘରେ ପ୍ରିପେଡ୍ ମିଟର ଲଗାଯିବ । ସାଧାରଣ ଲୋକଙ୍କ ପାଇଁ ଯେଉଁ ଚାର୍ଜ ଲାଗେ ଏବେ ଭଡାଟିଆ ମଧ୍ୟ ସେହି ଟଙ୍କା ଦେବେ । ଭଡା ଏଗ୍ରିମେଣ୍ଟ୍ ର ଏକ କପି ଏବଂ ଠିକଣାର ଏକ ଆଇଡି ପ୍ରୁଫ୍ ମଧ୍ୟ ଦେବାକୁ ପଡିବ । ଯେଉଁଥିପାଇଁ ୩ ଟି ନମ୍ବର ଦିଆଯାଇଛି ଯାହା ହୋମ୍ ଡେଲିଭରୀ ରହିଛି । Bses yamuna 19122, Bses rajadhani 19123 ଏବଂ Tata 19124200 । କେଜରିୱାଲ୍ କହିଛନ୍ତି ଯେ, ଏଥିରେ ୩ ହଜାର ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ରହିଛି । ଯଦି ଘର ମାଲିକ ଅଲଗା ମିଟର ଲଗାଇବାକୁ ମନା କରୁଛନ୍ତି ତେବେ ଭଡାଟିଆଙ୍କୁ ମାଲିକଙ୍କ ପାଖକୁ ଯିବାର କୌଣସି ଆବଶ୍ୟକତା ନାହିଁ । ସରକାରଙ୍କ ଦ୍ୱାରା ଦିଆଯାଇଥିବା ଟୋଲ୍ ଫ୍ରି ନମ୍ବରରେ କେବଳ ଗୋଟିଏ କଲ୍ କରି ଅଭିଯୋଗ କରିବାକୁ ପଡିବ । ତେବେ ଏହାପୂର୍ବରୁ ଦିଲ୍ଲୀ ଡିଇଆରସି ବୁଧବାର ୨୦୧୯-୨୦ ପାଇଁ ନୂଆ ବିଜୁଳୀ ଦର ଘୋଷଣା କରିଛନ୍ତି । ଯେଉଁଥିରେ ମିଟରର ଦରକୁ କମ୍ ଏବଂ ପ୍ରତି ୟୁନିଟ୍ ବିଜୁଳୀ ଦରକୁ ବଢାଯାଇଛି । ଯେଉଁଥିରେ ନିମ୍ନ ଘରୋଇ ଶ୍ରେଣୀର ଗ୍ରାହକଙ୍କୁ ବିଜୁଳୀ ବିଲ୍ ରେ ୭୫୦ ଟଙ୍କାର ଲାଭ ହେବ ।