ଦିଲ୍ଲୀରେ ‘ଅପରେସନ୍ ଲୋଟସ୍’ ଷଡଯନ୍ତ୍ର ରଚୁଛି ବିଜେପି, ଆପ୍ ବିଧାୟକଙ୍କୁ ଦେଉଛି ୨୫ କୋଟିର ଅଫର୍’: କେଜ୍ରିୱାଲଙ୍କ ବଡ ଦାବୀ

131

କନକ ବ୍ୟୁରୋ: ଦିଲ୍ଲୀରେ ଶାସକ ଦଳ ଆପ୍ ବିଜେପିକୁ ଟାର୍ଗେଟ କରିଛି । ବିଜେପି ଆପ ୍ବିଧାୟକଙ୍କୁ ହାତ କରି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିବାକୁ ‘ଅପରେସନ୍ ଲୋଟସ୍’ ଚଳାଇଥିବା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏହାକୁ ନେଇ କେଜ୍ର୍ରିିୱାଲ ସୋସିଆଲ ମିଡିଆରେ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି । ଏଥିରେ ସେ ଦାବୀ କରିଛନ୍ତି ଯେ, ‘ଦିଲ୍ଲୀରେ ଆପ୍ ବିଧାୟକଙ୍କୁ ଦଳରୁ କାଢିନେବାକୁ ଚେଷ୍ଟା କରାଯାଉଛି । ବିଜେପି ଦିଲ୍ଲୀରେ ୭ଜଣ ଆପ୍ ବିଧାୟକଙ୍କ ସହ ସମ୍ପର୍କ କରି ସେମାନଙ୍କୁ ୨୫ କୋଟି ଲେଖାଏଁ ଅଫର କରିସାରଛି । ଆଗକୁ ଏଭଳି ଭାବେ ବିଜେପି ୨୧ ଜଣ ବିଧାୟକଙ୍କୁ ନିଜ ଆଡକୁ କରିନେବାକୁ ଚେଷ୍ଟା କରିବ । ଏଭଳି କରି ବିଜେପି ଦିଲ୍ଲୀରେ ଆପ୍ ସରକାରକୁ ଭାଙ୍ଗିଦେବ । ୨୫ କୋଟି ଦେଇ ଆପ୍ ବିଧାୟକଙ୍କୁ ବିଜେପି ଟିକେଟରେ ନିର୍ବାଚନ ଲଢାଇବାକୁ ଚେଷ୍ଟା କରୁଛି ବିଜେପି । କିନ୍ତୁ ୭ ବିଧାୟକ ବିଜେପିର ଏହି ଅଫରକୁ ପ୍ରତ୍ୟାକ୍ଷାନ କରିଛନ୍ତି’ ।

କେଜ୍ରିୱାଲ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଗତ ୯ ବର୍ଷ ହେବ ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଷଡଯନ୍ତ୍ର ଚଳାଇଛି । କିନ୍ତୁ ଏହାକୁ କୌଣସି ସଫଳତା ମିଳୁନି । ସେଥିପାଇଁ ଅବକାରୀ ମାମଲାରେ ଫସାଇ ତାଙ୍କୁ ଗିରଫ କରିବାକୁ ବିଜେପି ଚହୁଁଥିବା ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ ।