ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ବିବାଦ। ୪୫ କୋଟି ନୁହେଁ, ଖର୍ଚ୍ଚ ହୋଇଛି ୫୨କୋଟି ୭୧ଲକ୍ଷ ଟଙ୍କା

285

କନକ ବ୍ୟୁରୋ: କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡୁନି ବିବାଦ । ଏହା ଭିତରେ ସରକାରୀ ବାସଭବନର ମରାମତି ବିବାଦ ହେଉଛି ଅନ୍ୟତମ । ୧୫ଦିନର ତଦନ୍ତ ପରେ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ରିର୍ପୋଟ ପ୍ରଦାନ କରିଛି ଦିଲ୍ଲୀ ପୁଲିସର ଭିଜିଲାନ୍ସ ଟିମ । ରିପୋର୍ଟରେ କୁହାଯାଇଛି କେଜ୍ରିୱାଲ ଏହି ସରକାରୀ ବାସଭବନ ମରାମତି ବାବଦରେ ୫୨କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଘର ମରାମତି ପାଇଁ ୩୩କୋଟି ୪୯ ଲକ୍ଷ ଟଙ୍କା ଓ କ୍ୟାମ୍ପସରେ ଥିବା କାର୍ଯ୍ୟାଳୟ ପାଇଁ ୧୯କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରିପୋର୍ଟରେ କୁହାଯାଇଛି ।

କିଛି ଦିନ ପୂର୍ବରୁ ଦିଲ୍ଲୀ ପ୍ରଦେଶ ବିଜେପି  ଓ କଂଗ୍ରେସ  ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲା । ଦିଲ୍ଲୀ ଜନତାଙ୍କ ଅର୍ଥକୁ ଆତ୍ମସାତ କରି କେଜ୍ରିୱାଲ ନିଜ ସରକାରୀ ବାସଭବନାର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା ।

ଦିଲ୍ଲୀ ଉପରାଜ୍ୟପାଳ ବିଜୟ ସକେସେନା ଏପ୍ରିଲ ମାସରେ ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ ଦେଇ ଏହି ମାମଲର ଏକ ବିସ୍ତୃତ ରିପୋର୍ଟ ମାଗିଥିଲେ । ବିଜେପି ଓ ଉପରାଜ୍ୟପାଳଙ୍କ ମିଳିତ ଷଡଯନ୍ତ୍ର କହି ଅଭିଯୋଗକୁ ଖଣ୍ଡନ କରିଛି ଆମ ଆଦମୀ ପାର୍ଟି । ଆପ୍ କହିଛି ଗତ ୯ବର୍ଷ ହେବ ଆମ ଆଦମୀ ପାର୍ଟିର ଭାବମୂର୍ତି ଖରାପ କରିବା ପାଇଁ  ବିଜେପି ଏଭଳି ଅଭିଯୋଗ ଆଣୁଛି । ରାଜନୀତି ମଇଦାନ ପରେଏବେ ସିଧା ବାସଭବନକୁ ଟାର୍ଗେଟ କରି ମିଛ ଅଭିଯୋଗ କରୁଛି । ଏବେ ଦେଖିବାକୁ ବାକି ରହିଲା ନୂଆ ରିପୋର୍ଟକୁ ଆଧାର କରି ଦିଲ୍ଲୀ ସରକାରଙ୍କ ବିରୋଧ ଦିଲ୍ଲୀ ଉପରାଜ୍ୟପାଳ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।