ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା,ଖାରଜ ହେଲା ଅନ୍ତରିଣ ଜାମିନର ଅବଧି ।

Advertisment
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା,ଖାରଜ ହେଲା ଅନ୍ତରିଣ ଜାମିନର ଅବଧି ।

କନକବ୍ୟୁରୋ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରିଣ ଜାମିନ ଅବଧି ଆଉ ୭ ଦିନ ବୃଦ୍ଧି କରିବା ଆବେଦନ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଗତକାଲି ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ ସୁପ୍ରିମକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଆଉ ସପ୍ତାହେ ଜାମିନ ପାଇଁ ଆବେଦନ କରିଥିଲେ ଆପ ସୁପ୍ରିମୋ । ସୁପ୍ରିମକୋର୍ଟ ଏହାକୁ ନାକଚ କରିବା ପରେ ଜୁଲାଇ ୨ ତାରିଖରେ କେଜ୍ରିୱାଲ ପୁଣି ଜେଲ ଯିବା ନିଶ୍ଚିତ ହୋଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନ ପାଇଁ ଅନ୍ତରିଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଜୁନ ୧ରେ ଏହି ସମୟ ସୀମା ସରୁଥିବା ବେଳେ ୨ ତାରିଖରେ କେଜ୍ରିୱାଲଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe