କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଦୁଇ ଦଳ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବେ ।

Advertisment

ଉଭୟ ଦଳ ଚଳିତ ଆଇପିଏଲରେ ୫ଟି ଲେଖାଏଁ ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇ ଗୋଟିଏ ମ୍ୟାଚରେ ପରାଜିତ ହୋଇଛନ୍ତି । ଏହାସହ ବାଙ୍ଗାଲୋର ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ । ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।