ଆଜି ମହାମୁକାବିଲା : ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

59

କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୦ର ଫାଇନାଲ ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ । ଏଥିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ଏବେ ବୋଲିଂ କରିବାକୁ ଆସିବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ଉଭୟ ବିଜୟ ହାସଲ କରି ଟାଇଟଲ ହାସଲ କରିବା ଲକ୍ଷ୍ୟରେ ରହିବେ ।

ମୁମ୍ବାଇ ଚଳିତ ବର୍ଷ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଦଳ ଏଥର ଯଦି ବିଜୟୀ ହୁଏ ତେବେ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରିବ । ଏହାସହ ଦିଲ୍ଲୀ ଏଥର ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ । ଦିଲ୍ଲ୍ୀ ଏଥର ବିଜୟୀ ହୋଇ ପ୍ରଥମ ଥର ପାଇଁ ଟାଇଟଲ କରିବା ଲକ୍ଷ୍ୟରେ ରହିବ ।

ମୁମ୍ବାଇରେ ରୋହିତ ଶର୍ମା, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଡିକକ୍, ଇଶାନ କିଷାନ, ବୁମରାହ, ବୋଲ୍ଟଙ୍କ ଭଳି ଖେଳାଳି ଅଛନ୍ତି । ସେହିପରି ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ଶିଖର ଧୱନ, ପୃଥୀ ଶ ଓ ରାବାଡାଙ୍କ ଭଳି ଖେଳାଳି ରହିଛନ୍ତି ।