ଆଇପିଏଲ ଟକ୍କର : ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ରାଜସ୍ଥାନ ।

99

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ରାଜସ୍ଥାନ ରୟାଲ୍ସ ଦଳ । ଏହି ମ୍ୟାଚରେ ଦିଲ୍ଲୀ ଟସ୍୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ ପାଇଁ ପଡିଆକୁ ଓହ୍ଲାଇବ ରାଜସ୍ଥାନ ଦଳ । ଏବେ ଦିଲ୍ଲୀ ପ କ୍ଷରୁ ଦୁଇ ଓପନର ବ୍ୟାଟିଂ ପାଇଁ ଆସିବେ । ଏହି ରାଜସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୭ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏଥିରେ ଦିଲ୍ଲୀ ୫ଟି ବିଜୟ ଓ ୨ଟି ପରାଜୟ ଲାଭ କରିଛି । ସେହିପରି ରାଜସ୍ଥାନ ୩ଟି ବିଜୟ ଓ ୪ଟି ପରାଜୟ ଲାଭ କରିଛି । ତେଣୁ ଆଜିର ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

ଦିଲ୍ଲୀରେ ଶ୍ରେୟାସ ଆୟର, ପୃଥୀ ଶ’, ଶିଖର ଧୱନ ଓ ରିଷବ ପନ୍ତଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ଷ୍ଟିଭ ସ୍ମିଥ, ବେନ ଷ୍ଟୋକ, ଜୋସ ବଟଲର ଓ ସଞ୍ଜୁ ସାମସନଙ୍କ ଭଳିୀ ଖେଳାଳି ରହିଛନ୍ତି ।