ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ । ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ । 

169

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ସନରାଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ସନରାଜର୍ସ ହାଇଦ୍ରାବାଦ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୨ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ ୨ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି ହାଇଦ୍ରାବାଦ ୨ଟି ମ୍ୟାଚରେ ପରାଜୟ ସାମ୍ନା କରିଛି । ତେଣୁ ଆଜିର ମ୍ୟାଚରେ ଦିଲ୍ଲୀର ପଲ୍ଲା ଭାରି ରହିବ । ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ହାଇଦ୍ରାବାଦ ଟେବୁଲର ଶେଷରେ ରହିଛି ।

ହାଇଦ୍ରାବାଦ ଦଳରେ ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ ରହିଛନ୍ତି । ଡେଭିଡ ୱାଣ୍ଣର୍୍, ଜନି ବେୟାରଷ୍ଟୋ, ମନିଷ ପାଣ୍ଡେ, ରସିଦ ଖାନ ଓ ଭୁବନେଶ୍ୱର କୁମାରଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି । ସେହିପରି ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜନି ବେୟାରଷ୍ଟୋ ଓ ମନିଷ ପାଣ୍ଡେଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଥର ମଧ୍ୟ ବେୟାରଷ୍ଟୋ ବଡ ପାଳି ଖେଳିବା ଆଶାରେ ରହିବେ ।

ସେହିପରି ଚେନ୍ନାଇ ବିପକ୍ଷରେ ପୃଥୀ ଶ’ ଓ ରିଶବ ପନ୍ତ ଦମଦାର ପାଳି ଖେଳିଥିଲେ । ଏହି ମ୍ୟାଚରେ ମଧ୍ୟ ଦିଲ୍ଲୀ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବ ।