ଆଜି ପ୍ରଥମ କ୍ୱାଲିଫାଏର : ଟସ୍ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ 

81

କନକ ବ୍ୟୁରୋ : ଆଜି ଆଇପିଏଲ ୨୦୨୦ର ପ୍ରଥମ କ୍ୱାଲିଫାଏର ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଉଭୟ ଦଳ ଆଜିର ମ୍ୟାଚ ଜିତି ସିଧାସଳଖ ଫାଇନାଲରେ ପ୍ରବେଶ କରିବାକୁ ପ୍ରୟାସ କରିବେ । ସେପଟେ ଯେଉଁ ଦଳ ଆଜି ପରାସ୍ତ ହେବ ତା ପାଇଁ ଆଉ ଏକ ସୁଯୋଗ ରହିବ । କାରଣ ଏଲୁମିନିଟରରେ ଯେଉଁ ଦଳ ବିଜୟୀ ହେବ । ଆଜି ପରାଜୟ ହୋଇଥିବା ଦଳ ତା ସହ ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ ଖେଳିବ । ତେଣୁ ଆଜି ଉଭୟ ଦଳ ବିଜୟୀ ହୋଇ ସିଧା ଫାଇନାଲକୁ ଯିବାକୁ ଚେଷ୍ଟା କରିବେ ।

ଚଳିତ ଆଇପିଏଲରେ ମୁମ୍ବାଇ ବେଶ ଶକ୍ତିଶାଳୀ ଦଳ ନଜର ଆସିଛି । ମୁମ୍ବାଇରେ କିରନ ପୋଲାର୍ଡ, ରୋହିତ ଶର୍ମା, ଇଶାନ କିଷାନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ଦିଲ୍ଲୀ ଆଜି ଯୁବ ଖେଳାଳିଙ୍କ ସହ ମୈଦାନକୁ ଓହ୍ଲାଇବ । ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ପୃଥୀ ଶ, ଓ ଶିଖର ଧୱନଙ୍କ ଭଳି ଖେଳାଳି ରହିଛନ୍ତି ।