ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ ।

63

କନକ ବ୍ୟୁରୋ : ଆଜି ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ । ଫଳରେ ଏବେ ବୋଲିଂ କରିବା ମୁମ୍ବାଇ ଇଣ୍ଡିଆନ୍ସ ଦଳ । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ଏକ ବଡ ପାଳି ଖେଳିବାକୁ ହେବ । ସେପଟେ ମୁମ୍ବାଇର ବୋଲିଂ ପକ୍ଷ ବେଶ ଶକ୍ତିଶାଳୀ ରହିଥିବା ନଜର ଆସିଛି ।

ଉଭୟ ଦଳ ଚଳିତ ଆଇପିଏଲରେ ବେଶ ସଫଳ ଦଳ ରହିଛନ୍ତି । ଦୁଇ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଏଥିରେ ଦିଲ୍ଲୀ ୫ଟି ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି । ସେହିପରି ମୁମ୍ବାଇ ଦଳ ୪ଟି ବିଜୟ ଓ ୨ଟି ପରାଜୟ ହାସଲ କରିଛି । ତେବେ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।

ଦିଲ୍ଲୀରେ ପୃଥୀ ଶ’, ଶ୍ରେୟାସ ଆୟର, ରିଷବ ପନ୍ତଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ମୁମ୍ବାଇରେ ରୋହିତ ଶର୍ମା, ଡିକକ୍୍, ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କ ଭଳି ଖେଳାଳି ରହିଛନ୍ତି । ଅନ୍ୟପକ୍ଷରେ ମୁମ୍ବାଇର ବୋଲିଂ ଭାର ସମ୍ଭାଳୁଛନ୍ତି ଟ୍ରେଣ୍ଟ ବୋଲ୍ଟ ଓ ବୁମରା ।