କନକ ବ୍ୟୁରୋ : ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ ଆଉ କିଛି ସମୟ ପରେ ହେବ ଚଳିତ ଆଇପିଏଲର ସବୁଠୁ ଦମଦାର ଲଢେଇ । ଫାଇନାଲ ଟିକେଟ୍ ହାତେଇବା ପାଇଁ ମୈଦାନକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି କୋଲକାତା । ପ୍ରଥମେ ବ୍ୟାଟିଂ କରିବା ଦିଲ୍ଲୀ କ୍ୟାପିଟାଲ୍ସ ।
ଆଜି ଆଇପିଏଲ୍ ପ୍ଲେ-ଅଫର ଦ୍ୱିତୀୟ କ୍ୱାଲିଫାୟାରରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ତେବେ ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି । କାରଣ ଏହି ମ୍ୟାଚର ବିଜୟୀ ଦଳ ଫାଇନାଲକୁ ଯିବାକୁ ଥିବାବେଳେ ପରାଜୟ ବରଣ କଲେ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାକୁ ପଡିବ ।
ତେବେ ଯଦି ପୁରୁଣା ରେକର୍ଡକୁ ଦେଖିବା, ତେବେ ଦୁଇ ଦଳ ଏଯାବତ ମୋଟ ୨୭ଟି ମ୍ୟାଚରେ ମୁହାଁମୁହିଁ ହୋଇଥିବାବେଳେ ଦିଲ୍ଲୀ ୧୨ଟି ଓ କେକେଆର୍ ୧୫ଟି ମ୍ୟାଚରେ ବିଜୟୀ ହୋଇଛି । ହେଲେ ଚଳିତ ବର୍ଷ ଦିଲ୍ଲୀ କିନ୍ତୁ ଟେବୁଲ ଟପ୍ପର ରହି ଲିଗ୍ ପର୍ଯ୍ୟାୟ ଅଭିଯାନ ଶେଷ କରିଛି । ଆଉ ଅଳ୍ପକେ ଚେନ୍ନାଇଠାରୁ ପରାଜିତ ହୋଇ କ୍ୱାଲିଫାୟାର-୨କୁ ଆସିଛି । ଅନ୍ୟପଟେ ବାଙ୍ଗାଲୋର ବିପକ୍ଷରେ କେକେଆର୍ ଦମଦାର ବିଜୟ ସହିତ କ୍ୱାଲିଫାୟାର-୨କୁ ଆସିଛି । ତେଣୁ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।