ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ : ଟସ୍ ଜିତି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ

97

କନକ ବ୍ୟୁରୋ : ଆଜି ଆଇପିଏଲର ଦ୍ୱିତୀୟ କ୍ୱାଲିଫାଏର ମ୍ୟାଚ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ ଓ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ ଦଳ । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି ।

ଏହି ମ୍ୟାଚରେ ବିଜୟୀ ଦଳ ମୁମ୍ବାଇ ସହ ଫାଇନାଲ ମ୍ୟାଚ ଖେଳିବ । ତେଣୁ ଉଭୟ ଦଳ ଏଥିରେ ବିଜୟୀ ହେବାକୁ ଚେଷ୍ଟା କରିବେ । ଲିଗ ମ୍ୟାଚରେ ଦିଲ୍ଲୀ ୧୪ଟି ମ୍ୟାଚରୁ ୮ ବିଜୟ ଓ ୬ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ସେହିପରି ହାଇଦ୍ରାବାଦ ୧୪ ମ୍ୟାଚରୁ ୭ ବିଜୟ ଓ ୭ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା ।

ଏହି ମ୍ୟାଚରେ ହାଇଦ୍ରାବାଦର ପଲ୍ଲା ଭାରି ରହିବ । କାରଣ ଏଲୁମିନିଟର ମ୍ୟାଚରେ ବାଙ୍ଗାଲୋରକୁ ପରାଜୟ କରି ସହଜ ବିଜୟ ହାସଲ କରିଥିଲା ହାଇଦ୍ରାବାଦ । ସେପଟେ ଦିଲ୍ଲୀ ମୁମ୍ବାଇଠାରୁ ପରାଜୟ ହୋଇଥିଲା । ତେଣୁ ଦଳ ଦିଲ୍ଲୀ ଏହି ମ୍ୟାଚ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିବ ।

ଦିଲ୍ଲୀରେ ଶ୍ରେୟାସ ଆୟର, ରିଷବ ପନ୍ତ, ପୃଥି ଶ, ଶିଖ ଧୱନ ଓ ରାବାଡାଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ହାଇଦ୍ରାବାଦରେ ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହା, ମନିଷ ପାଣ୍ଡେ, ରସିଦ ଖାନଙ୍କ ଭଳି ଖେଳାଳି ରହିଛନ୍ତି ।