ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା ପନ୍ତବାହିନୀ ।

98

କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚର ସୁପରଓଭରରେ ହାଇଦ୍ରାବାଦକୁ ହରେଇଛି ଦିଲ୍ଲୀ । ଦୁଇ ଦଳ ଆଜି ସମାନ ସଂଖ୍ୟକ ୧୫୯ ରନ୍ କରିବା ପରେ ସୁପର ଓଭରରେ ଏହାର ଫଇସଲା ହୋଇଥିଲା । ଯେଉଁଥିରେ ଦିଲ୍ଲୀ ବିଜୟୀ ହୋଇଛି ।

ଆଜି ଟସ୍ ଜିତି ଦିଲ୍ଲୀ ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦଳର ଦୁଇ ଓପନର ଚମକ୍ରାର ଆରମ୍ଭ କରିଥିଲେ । ଧାୱନ ଓ ସ’ ୮୧ ରନର ପାର୍ଟନରସିପ୍ କରିଥିଲେ । ଏହାପରେ ପନ୍ତ ଓ ଷ୍ଟିଭ୍ ସ୍ମିଥ୍ ମଧ୍ୟ ଚମକ୍ରାର ସଟ୍ ଖେଳିଥିଲେ । ଯାହା ଫଳରେ ଦଳ ୨୦ ଓଭରରେ ୧୫୯ ରନ୍ କରିଥିଲା । ଏହାପରେ ହାଇଦ୍ରାବାଦ ମଧ୍ୟ ବେୟୋରେଷ୍ଟ ଏବଂ ୱିଲିୟିମସନଙ୍କ ଇଂନିସ ବଳରେ ସେହି ସମାନ ରନ୍ କରିଥିଲା । ଯାହା ଫଳରେ ମ୍ୟାଚର ଫଳାଫଳ ସୁପର ଓଭର ହୋଇ ନିଧାର୍ଯ୍ୟ ହେବା ସହିତ ଦିଲ୍ଲୀ ବିଜୟୀ ହୋଇଥିଲା ।