ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂ । ୨୨୮ ରନର ବିଶାଳ ସ୍କୋର କଲା ଦିଲ୍ଲୀ । କୋଲକାତା ଆଗରେ ୨୨୯ରନର ଟାର୍ଗେଟ । 

204

କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲର କ୍ୟାପଟେନ ଶ୍ରେୟାସ ଆୟରଙ୍କ ଧୂଆଁଧାର ବ୍ୟାଟିଂ । ଫଳରେ ଦିଲ୍ଲୀ ୨୨୮ ରନର ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି । ଏହାସହ କୋଲକାତା ଆଗରେ ଏବେ ୨୨୯ର ବିଜୟ ଲକ୍ଷ୍ୟ ରହିଛି । ବର୍ତ୍ତମାନ କୋଲକାତାର ଦୁଇ ଓପନର ମୈଦାନକୁ ଓହ୍ଲାଇବେ । କୋଲକାତାକୁ ଏହି ମ।।ଚ ଜିତିବାକୁ ହେଲେ ଆରମ୍ଭରୁ ଆକ୍ରାଣାତ୍ମକ ଖେଳିବାକୁ ହେବ ।

ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଦିଲ୍ଲୀ ପକ୍ଷର ଦୁୁଇ ଓପନର ଭଲ ଆରମ୍ଭ କରିଥିଲେ । ପୃଥୀ ଶ’ ୬୬, ଶ୍ରେୟାସ ଆୟର ୮୮ ଓ ରିଷବ ପନ୍ତ ୩୮ ରନ କରିଥିଲେ । ଫଳରେ ୨୦ ଓଭରରେ ୪ ୱିକେଟ ହରାଇ ଦଳ ୨୨୮ ରନ କରିପାରିଛି ।

ଏବେ ୨୨୯ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇବ କୋଲକାତା ଦଳ । କୋଲକାତାର ଦୁଇ ଓପନର ବଡ ପାଳି ଖେଳିବାକୁ ଚେଷ୍ଟା କରିବେ । ଏହି ମ୍ୟାଚକୁ ଜିତିବାକୁ ହେଲେ ଦଳ ଆରମ୍ଭକୁ ବଡ ସଟ ଖେଳିବାକୁ ଚେଷ୍ଟା କରିବ ।