ଶ୍ରେୟସ ଓ ଶିଖରଙ୍କ ଦମଦାର ଅର୍ଦ୍ଧଶତକ । ବିରାଟ ବାହିନୀକୁ ୧୮୮ ରନର ଟାର୍ଗେଟ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ।

70

କନକ ବ୍ୟୁରୋ : ଆଇପିଏଲର ୪୬ ତମ ମ୍ୟାଚରେ ଦିଲ୍ଲୀର ଫିରୋଜ ସାହା କୋଟଲା ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ତେବେ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶ୍ରେୟସ ଆୟର ଏବଂ ଶିଖର ଧାୱନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିରାଟ ବାହିନୀକୁ ୧୮୮ ରନର ଟାର୍ଗେଟ୍ ଦେଇଛି ଦିଲ୍ଲୀ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୭ ରନ୍ ସଂଗ୍ରହ କରିଛି ଦିଲ୍ଲୀ ।

ଶିଖର ଧାୱନ ୩୭ଟି ବଲରୁ ୨ଟି ଛକା ଓ ୫ଟି ଚୌକା ବଳରେ ୫୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଶ୍ରେୟସ ଆୟର ମଧ୍ୟ ୩୭ଟି ବଲ ଖେଳି ୩ଟି ଛକା ଏବଂ ୨ଟି ଚୌକା ବଳରେ ୫୨ ରନ୍ ସଂଗ୍ରହ କରିଛନ୍ତି । ତେବେ ଆଜି ମ୍ୟାଚରେ ସମସ୍ତଙ୍କ ନଜର ଋଷଭ ପନ୍ଥଙ୍କ ଉପରେ ରହିଥିବା ବେଳେ ଆଜି ନିରାଶ କରିଛନ୍ତି ଋଷଭ । ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ ପନ୍ଥ । ସେପଟେ ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୨ଟି ୱିକେଟ୍ ଅକ୍ତିଆର କରିଛନ୍ତି ।