ଶିଖର ଧୱନଙ୍କ ଚମତ୍କାର ବ୍ୟାଟିଂ । ୧୬୨ ରନ କଲା ଦିଲ୍ଲୀ । ମୁମ୍ବାଇ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ।

111

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଶିଖର ଧୱନଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ ୧୬୨ ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରହିଛି । ମୁମ୍ବାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ରୋହିତ ଶର୍ମା ଓ ଡିକକ୍ ଙ୍କୁ ବଡ ପାଳି ଖେଳିବାକୁ ହେବ ।

ଏହି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଆଜି ଦିଲ୍ଲୀର ବ୍ୟାଟ୍ସମ୍ୟାନ ମାନେ ସଫଳ ବ୍ୟାଟିଂ କରି ପାରିନଥିଲେ । ଦଳ ପକ୍ଷରୁ ଶିଖର ଧୱନ ୬୯ ଓ ଶ୍ରେୟାସ ଆୟର ୪୨ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୬୨ ରନ କରିବାରେ ସଫଳ ହୋଇଥିଲା ।

ଏବେ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଓ ଡିକକ୍ ପାଳି ଆରମ୍ଭ କରିବେ । ମୁମ୍ବାଇକୁ ଏହି ମ୍ୟାଚ ଜିତିବା ପାଇଁ ବଡ ପାଳି ଖେଳିବାକୁ ହେବ ।