ଧୱନ ଓ ଆୟରଙ୍କ ଦମଦାର ଅର୍ଦ୍ଧଶତକ । ୧୬୧ ରନ କଲା ଦିଲ୍ଲୀ । ରାଜସ୍ଥାନ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ।

96

କନକ ବ୍ୟୁରୋ : ଆଜିର ମ୍ୟାଚରେ ଶିଖର ଧୱନ ଓ ଶ୍ରେୟାସ ଆୟରଙ୍କ ଦମଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ ୧୬୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ରାଜସ୍ଥାନ ରୟାଲ୍ସ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରହିଛି । ରାଜସ୍ଥାନକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।

ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ଦଳ ପାଇଁ ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଶିଖର ଧୱନ ୫୭, ଶ୍ରେୟାସ ଆୟର ୫୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୧ ରନ କରିବାରେ ସକ୍ଷମ ହୋଇଥିଲା ।

ଏବେ ରାଜସ୍ଥାନ ୧୬୨ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ । ଦଳରେ ଷ୍ଟିଭେନ ସ୍ମିଥ, ସଞ୍ଜୁସାମନ ଓ ଜୋସ ବଟଲରଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଏହି ମ୍ୟାଚରେ ଦଳ ବ୍ୟାଟ୍ସମ୍ୟାନଙ୍କ ଉପରେ ଭରସା ରଖିଛି ।