ମୁମ୍ବାଇ ବୋଲିଂରେ ଘାଇଲା ହେଲା ଦିଲ୍ଲୀ କ୍ୟାପିଟାଲ୍ସ । ରୋହିତ ବାହିନୀ ଆଗରେ ୧୫୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଆୟର ବ୍ରିଗେଡ୍ ।

Advertisment
ମୁମ୍ବାଇ ବୋଲିଂରେ ଘାଇଲା ହେଲା ଦିଲ୍ଲୀ କ୍ୟାପିଟାଲ୍ସ । ରୋହିତ ବାହିନୀ ଆଗରେ ୧୫୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ଆୟର ବ୍ରିଗେଡ୍ ।

କନକ ବ୍ୟୁରୋ : ଆଇପିଏଲ୍-୨୦୨୦ ଫାଇନାଲରେ ଧିମା ବ୍ୟାଟିଂ ପ୍ରଦର୍ଶନ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ।

ତେବେ ଦଳକୁ ଲାଗିଥିଲା ପ୍ରାକମ୍ଭିକ ଝଟକା । ମାତ୍ର ୨୨ ରନରେ ଦଳ ୩ଟି ୱିକେଟ୍ ହରାଇ ବସିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ଏବଂ ଋଷଭ ପନ୍ଥଙ୍କ ଦମଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍ ହରାଇ ୧୫୬ ରନ୍ କରିବାକୁ ସକ୍ଷମ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe