କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସ ପରେ ଦ୍ୱିତୀୟ ଦଳ ଭାବେ ଆଇପିଏଲ ଦ୍ୱାଦଶ ସଂସ୍କରଣର ପ୍ଲେ-ଅଫରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଆଜି ଆଇପିଏଲର ୪୬ ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ ଓ ବାଙ୍ଗାଲୋର । ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସକୁ ୧୬ ରନରେ ପରାସ୍ତ କରି ପ୍ଲେ-ଅଫ୍ସରେ ନିଜ ସ୍ଥାନ ପକ୍କା କରିଛି ଦିଲ୍ଲୀ । କେବଳ ଏତିକି ନୁହେଁ ୧୬ ଅଙ୍କ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଶ୍ରେୟସ ବାହିନୀ । ଆଉ ସେପଟେ ଆଇପିଏଲ-୧୨ରୁ ବାଦ୍ ପଡିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
ଆଜି ଫିରୋଜସାହା କୋଟଲାରେ ଖେଳାଯାଇଥିବା ଦମଦାର ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶ୍ରେୟସ ଆୟର ଏବଂ ଶିଖର ଧାୱନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବିରାଟ ବାହିନୀକୁ ୧୮୮ ରନର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ । ସେପଟେ ପ୍ରଥମରୁ ଜବରଦସ୍ତ ବ୍ୟାଟିଂ କରିଥିଲେ ମଧ୍ୟ ଶେଷ ଆଡକୁ କମାଲ କରିପାରିନଥିଲା କୋହଲି ବାହିନୀ । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରିବାରେ ସକ୍ଷମ ହୋଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Capture-10.png)