କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ଦିଲ୍ଲୀ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଉଭୟ ଦଳ ଏହି ମ୍ୟାଚ ଜିତି ପ୍ରଥମ ସ୍ଥାନରେ ରହିବାକୁ ଜୋରଦାର ପ୍ରୟାସ କରିବେ । ଚେନ୍ନାଇ ନିଜ ସ୍ଥାନ ବଜାୟ ରଖିବା ପାଇଁ ଲଢେଇ କରିବ । ସେହିପରି ଦିଲ୍ଲୀ ଚେନ୍ନାଇକୁ ମାତ ଦେଇ ଟପ ୧ରେ ରହିବାକୁ ପ୍ରୟାସ କରିବ ।
ଚଳିତ ଆଇପିଏଲ ଦିଲ୍ଲୀ-ଚେନ୍ନାଇ ଶକ୍ତିଶାଳୀ ନଜର ଆସିଛନ୍ତି । ଦୁଇ ଦଳ ଆଇପିଏଲ ପଏଣ୍ଟ ଟେବୁଲର ସମାନ ସ୍ଥିତିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଚେନ୍ନାଇ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଦୁଇ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ । ପ୍ରଥମ ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ମାତ ଦେଇଥିଲା । ତେବେ ଆଜିର ମ୍ୟାଚରେ ଚେନ୍ନାଇ ବଦଲା ନେବାକୁ ଚେଷ୍ଟା କରିବ । ତେଣୁ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/untitled-3-copy-1633343025.jpg)