ମାର୍କସ ଷ୍ଟୋଇନଙ୍କ ଅର୍ଦ୍ଧଶତକ । ୧୯୬ ରନ କଲା ଦିଲ୍ଲୀ କ୍ୟାପିଟାଲ । ବାଙ୍ଗାଲୋର ଆଗରେ ୧୯୭ରନ ଟାର୍ଗେଟ । 

80

କନକ ବ୍ୟୁରୋ : ଆଜିର ମ୍ୟାଚରେ ମାର୍କସ ଷ୍ଟୋଇନଙ୍କ ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ । ୧୯୬ ରନ କରିବାରେ ସକ୍ଷମ ହୋଇଛି । ଏହାସହ ବାଙ୍ଗାଲୋର ଆଗରେ ଏବେ ୧୯୭ ରନର ବିଜୟ ଲକ୍ଷ୍ୟ ରହିଛି । ବାଙ୍ଗାଲୋର ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବ । ତେଣୁ ଦଳ ଆରମ୍ଭରୁ ବଡ ସଟ ଖେଳି ଦଳକୁ ଦୃଢ ସ୍ଥିତିରେ ପହଞ୍ଚାଇବାକୁ ଚେଷ୍ଟା କରିବ ।

ଏହି ମ୍ୟାଚରେ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା । ଦିଲ୍ଲୀ ପକ୍ଷରୁ ଦୁଇ ଓପନ ଭଲ ଆରମ୍ଭ କରିଥିଲେ । ଦଳ ପକ୍ଷରୁ ପୃଥୀ ଶ’ ୪୨ ଓ ଶିଖର ଧୱନ ୩୨ ରନ କରିଥିଲେ । ସେହିପରି ରିଷବ ପନ୍ତ ୩୭ ରନ କରିଥିବା ବେଳେ ମାର୍କସ ଷ୍ଟୋଇନିସ ୫୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୧୯୬ ରନ କରିଥିଲା ।

ଏବେ ୧୯୭ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ବାଙ୍ଗାଲୋର ଦଳ । ଦଳକୁ ଏହି ମ୍ୟାଚ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ ଖେଳିବାକୁ ହେବ ।