ଆଇପିଏଲରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ସହଜ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ । ମାତ୍ର ୧୦ ଓଭର ତିନୋଟି ବଲରେ ଜିତିଲା ଦଳ

91

କନକ ବ୍ୟୁରୋ : ଆଇପିଏଲରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ସହଜ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ । ଡେଭିଡ ୱାର୍ଣ୍ଣର ଏବଂ ପ୍ରିଥଭି ସ୍ୱଙ୍କ ୮୩ ରନର ବିଷ୍ଫୋରକ ପାର୍ଟନରସିପ୍ ସହାୟତାରେ ଦଳ ୯ ୱିକେଟରେ ବିଜୟୀ ହୋଇଛି । ୧୧୬ ରନର ଲକ୍ଷ୍ୟକୁ ଦିଲ୍ଲୀ କ୍ୟାପିଟାଲ ମାତ୍ର ୧୦ ଓଭର ୩ ଟି ବଲରେ ହାସଲ କରି ନେଇଥିଲା ।
ପଞ୍ଜାବ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପରେ କୌଣସି ବ୍ୟାଟର ଅର୍ଦ୍ଧଶତକ ମାରିବାରେ ସକ୍ଷମ ହୋଇନଥିଲେ । ଦଳ ୨୦ ଓଭରରେ ୧୦ ୱିକେଟ୍ ହରାଇ ୧୧୫ ରନ କରିବାରେ ସକ୍ଷମ ହୋଇଥିଲା । ଦଳର ୭ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ତେବେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ କଡା ମୁକାବିଲା ହେବ । ମୁମ୍ବାଇ ଚଳିତ ଆଇପିଏଲରେ ୬ ଟି ମ୍ୟାଚ ଖେଳି ଗୋଟିଏ ବି ଜିତି ନ ଥିବା ବେଳେ ଚେନ୍ନାଇ ୬ ଟି ମ୍ୟାଚରୁ ଗୋଟିଏ ଜିତିଛି ।