୩ ମାସ ମଧ୍ୟରେ ଟିକାକରଣ ହୋଇପାରିବ ଦିଲ୍ଲୀ । ଟିକାକରଣ ନେଇ ଯୋଜନା ପ୍ରସ୍ତୁତ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

146

କନକ ବ୍ୟୁରୋ: କୋଭିଡ଼ ମହାମାରୀ ଭିତରେ ଏବେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ ଦେଶରେ ଅଧିକ ପ୍ରଭାବିତ ହୋଇଥିବା ରାଜଧାନୀ ଦିଲ୍ଲୀରେ କିପରି ତିନି ମାସ ଭିତରେ ଟୀକାକରଣ ସରିବ ସେ ନେଇ ସୂତ୍ର ବତାଇଛନ୍ତି ଦିଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ।

ଦ୍ୱିିିତୀୟ ଲହରର ଦ୍ରୁତ ସଂକ୍ରମଣରେ ସର୍ବାଧିକ ସଂକ୍ରମିତ ହୋଇଛି ଦିଲ୍ଲୀ। ଏଥିପାଇଁ ଦିଲ୍ଲୀରେ ଏବେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି। ତେବେ କେମିତି ସମଗ୍ର ଦିଲ୍ଲୀରେ ତିନି ମାସ ଭିତରେ ସମସ୍ତଙ୍କୁ ଟୀକାକରଣ କରାଯିବ ତାର ସୂତ୍ର ବତାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ। ଏହା ସହ ପର୍ୟ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି। ଟିକା ଯୋଗେଇ ଦିଆଗଲେ ୩ମାସରେ ଦିଲ୍ଲୀରେ ଟୀକାକରଣ ସରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଦିଲ୍ଲୀରେ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ପ୍ଲାନ ଉପରେ ନଜର ପକାନ୍ତୁ –
-୧୮ବର୍ଷରୁ ଅଧିକ ବୟସର ୧କୋଟି ୫୦ଲକ୍ଷ ଲୋକ ଦିଲ୍ଲୀରେ ଅଛନ୍ତି
-ସମସ୍ତଙ୍କୁ ୨ଟି ଲେଖାଏ ଡୋଜ ଦେବା ପାଇଁ ୩କୋଟି ଡୋଜର ଆବଶ୍ୟକତା
-ଦିଲ୍ଲୀରେ ପ୍ରତିଦିନ ୧ଲକ୍ଷ ଡୋଜ ଦିଆଯାଉଛି
-ଆଗକୁ ପ୍ରତିଦିନ ୩ଲକ୍ଷ ଡୋଜ ଦିଆଯିବ
-୧୦୦ଟି ସ୍କୁଲକୁ କେନ୍ଦ୍ର କରାଯାଇ ୧୮-୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି
-ଆଗକୁ ୩୦୦ ସ୍କୁଲରେ ୧୮-୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ
-ଏପର୍ୟ୍ୟନ୍ତ ୪୦ଲକ୍ଷ ଡୋଜ ମିଳିଛି
-ଆସନ୍ତା ୩ମାସ ଭିତରେ ୨କୋଟି ୬୦ଲକ୍ଷ ଡୋଜ ମିଳିଲେ ଟୀକାକରଣ ସମ୍ପୂର୍ଣ୍ଣ ହେବ
-ପ୍ରତି ମାସ ୮୦ରୁ ୮୫ଲକ୍ଷ ଡୋଜ ଦେବାକୁ କେନ୍ଦ୍ର ନିକଟରେ ଦିଲ୍ଲୀର ଦାବି

ଏପରିକି ଗୁଡ଼ଗାଓଁ, ଏନସିଆର ଓ ଫରିଦାବାଦ ଅଂଚଳରୁ ଲୋକେ ଟିକା ନେବା ପାଇଁ ଦିଲ୍ଲୀ ଆସୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଆଗକୁ କରୋନା ସଂକ୍ରମଣର ତୃତୀୟ ଲହର ଆସିବା ଆଶଙ୍କା ଥିବାରୁ ତାପୂର୍ବରୁ ଟୀକାକରଣ ସାରିବାକୁ ଗୁରୁତ୍ବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।