ଆତିଶୀ ମାର୍ଲେନାଙ୍କ ହାତରେ ୧୦ ମନ୍ତ୍ରାଳୟ ଦାୟିତ୍ବ

150

କନକ ବ୍ୟୁରୋ: ଦିଲ୍ଲୀ କ୍ୟାବିନେଟ୍‌ ବଡ ପରିବର୍ତ୍ତନ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଦାୟିତ୍ବରେ ୧୦ଟି ବିଭାଗ ରହିବ। ଉପରାଜ୍ୟପାଳ ସମ୍ମତି ଦେବା ପରେ ଆତିଶୀଙ୍କୁ ରାଜସ୍ବ, ଯୋଜନା ଓ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଉପରାଜ୍ୟପାଳ ଆତିଶୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯିବା ପ୍ରସ୍ତାବ ଫାଇଲକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ଉପରୋକ୍ତ ୩ ମନ୍ତ୍ରାଳୟ କୈଳାସ ଗହ୍‌ଲଟଙ୍କ ଦାୟିତ୍ବରେ ଥିଲା। ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଆତିଶୀଙ୍କ ଦାୟିତ୍ବରେ ରାଜ୍ୟ ଶକ୍ତି, ଶିକ୍ଷା, କଳା, ସଂସ୍କୃତି ଓ ଭାଷା, ପର୍ୟ୍ୟଟନ, ଉଚ୍ଚଶିକ୍ଷା, ତାଲିମ ଓ ବୈଷୟିକ ଶିକ୍ଷା, ରାଜସ୍ବ, ଯୋଜନା, ଅର୍ଥ ଆଦି ୧୦ଟି ମନ୍ତ୍ରାଳୟ ରହିବ।