ଚୀନ୍ କୁ ୧୦ ହଜାର କୋଟି ଟଙ୍କା ଝଟକା ଦେବେ ଦିଲ୍ଲୀ ବାଣ ବେପାରୀ : ଏଥର ଦୀପାବଳୀରେ ଦିଲ୍ଲୀକୁ ଆସିବନି ଚୀନ୍ ପ୍ରସ୍ତୁତ ବାଣ ।

782

ଚୀନ୍ ପ୍ରଡ଼କ୍ଟ ବିରୁଦ୍ଧରେ ସାରା ଦେଶରେ ‘ନୋ ମୋର୍ ଚୀନ୍ ପ୍ରଡ଼କ୍ଟ’ ର ଆନ୍ଦୋଳନ ଜୋର୍ ଧରିଛି । ଭାରତୀୟ ବ୍ୟବସାୟୀ ଚୀନ୍ ସାମଗ୍ରୀର ବିକ୍ରିକୁ ବନ୍ଦ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଛନ୍ତି । ଚଳିତ ବର୍ଷ ଦୀପାବଳିରେ ଚୀନ୍ ରୁ ଆସୁଥିବା ବାଣର ବିକ୍ରିକୁ ବନ୍ଦ କରିବାକୁ ଯାଉଛି ବ୍ୟବସାୟୀ ସଂଘ । ଶୁକ୍ରବାର ଚ୍ୟାମ୍ବର୍ ଅଫ୍ ଟ୍ରେଡ଼୍ ଆଣ୍ଡ୍ ଇଣ୍ଡଷ୍ଟ୍ରୀଜ୍ ଚୀନ୍ ସାମଗ୍ରୀ ବିରୁଦ୍ଧରେ କନାଟ୍ ପ୍ଲେସରେ ପ୍ରଦର୍ଶନ କରିଥିଲେ । ଏଥିରେ ଚୀନ୍ ବିରୋଧୀ ସ୍ଲୋଗାନ୍ ଲେଖା ଟିସାର୍ଟ ପିନ୍ଧି ଦୀପାବଳିରେ ଚୀନ୍ ବାଣ ବିକ୍ରି ବର୍ଜନର କଥା କହିଥିଲେ ବ୍ୟବସାୟୀ ।

 

ଚୀନ୍ ଭାରତକୁ ପ୍ରତିବର୍ଷ ୬୫ ବିଲିୟନ୍ ଡ଼ଲାରର ସାମଗ୍ରୀ ବିକ୍ରି କରିଥାଏ । ପର୍ବପର୍ବାଣୀ ସମୟରେ ଭାରତ ବଜାରରେ ଚୀନ୍ ସାମଗ୍ରୀର ଅଧିକ ଚାହିଦା ମଧ୍ୟ ରହିଥାଏ । କେବଳ ଦୀପାବଳି ସମୟରେ ପାଖାପାଖି ୧ ଲକ୍ଷ କୋଟି ଟଙ୍କାର ଚୀନ୍ ସାମଗ୍ରୀ ଆମଦାନି ହୋଇଥାଏ । ଏଥିରୁ ୧୦ ହଜାର କୋଟିର ସାମଗ୍ରୀ ରାଜଧାନୀ ଦିଲ୍ଲୀରେ ପହଁଚିଥାଏ । ଦିଲ୍ଲୀର ବ୍ୟବସାୟୀ ଜୁଲାଇ ଆରମ୍ଭରୁ ହିଁ ଦୀପାବଳି ପାଇଁ ଚୀନ୍ ସାମଗ୍ରୀ ଅର୍ଡ଼ରୁ କରିବା ଆରମ୍ଭ କରିଦେଇଥାନ୍ତି ଏବଂ ସେପ୍ଟେମ୍ବର ବେଳକୁ ଏହି ସାମଗ୍ରୀ ଭାରତ ପହଁଚିଥାଏ । କିନ୍ତୁ ଚଳିତବର୍ଷ ବ୍ୟବସାୟୀମାନେ ପ୍ରତିଜ୍ଞା କରିଛନ୍ତି ଯେ ଏବର୍ଷ ସେମାନେ ଚୀନ୍ ବାଣ ପାଇଁ ଅର୍ଡ଼ର ଦେବେନାହିଁ ।