ଦିଲ୍ଲୀ ବୁରାଡି କାଣ୍ଡରେ ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ ! ଆତ୍ମହତ୍ୟା କରିନଥିଲେ ୧୧ ଜଣ ସଦସ୍ୟ,ଏଭଳି ହୋଇଥିଲା ମୃତ୍ୟୁ ।

47

ସମ୍ପୁର୍ଣ୍ଣ ଦେଶକୁ ହଲାଇ ରଖିଦେଇଥିବା ବୁରାଡି ଗଣଆତ୍ମହତ୍ୟା ଘଟଣାର ଚିତ୍ର ଲୋକଙ୍କ ମନରୁ ଯାଇନଥିବା ବେଳେ ଏହି ରହସ୍ୟଭରା ଘଟଣା ଉପରୁ ଏବେ ଧିରେ ଧିରେ ପରଦା ହଟିଲା ପରି ଲାଗୁଛି । ନିକଟରେ ଏହି କେସକୁ ଲିଙ୍କ୍ କରୁଥିବା ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ସିବିଆଇ ପୋଲିସକୁ ମନୋବୈଜ୍ଞାନିକ ଅଟାପ୍ସିର ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ମୁତାବକ,ଭାଟିଆ ପରିବାର ଆତ୍ମହତ୍ୟା କରିବାକୁ ଚାହୁଁନଥିଲେ,ଏହା ଏକ ଦୂର୍ଘଟଣା ଜନିତ ମୃତ୍ୟୁ । ଅର୍ଥାତ୍ ଭୁଲବଶତଃ ଏହି ପରିବାରକୁ ମୃତ୍ୟୁର ସାମ୍ନା କରିବାକୁ ପଡିଥିଲା ।

ତେବେ ପରିବାର ଏବଂ ଆଖପାଖ ଲୋକ,ବହୁତ ରିସର୍ଚ୍ଚ କରିବା ପରେ ସିବିଆଇ ଏହି ମାମଲାରେ ଏଭଳି ଏକ ଟିପ୍ପଣୀ ଦେଇଛି । ରିପୋର୍ଟ ଆଧାରରେ ମୃତକଙ୍କ ସାଇକୋଲଜି ଅଟୋପ୍ସି ଆଧାରରେର ଏହା ଆତ୍ମହତ୍ୟା ନୁହଁ,ଏହା ଏକ ଦୁର୍ଘଟଣା ଯାହା ଏକ ଅନୁଷ୍ଠାନ କରିବା ସମୟରେ ଘଟିଗଲା ।

ତେବେ କ’ଣ ଏହି ମନୋବୈଜ୍ଞାନିକ ଅଟୋପ୍ସି ? 

ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ମୁତାବକ, ମନୋବୈଜ୍ଞାନିକ ଅଟୋପ୍ସିରେ କୌଣସି ବ୍ୟକ୍ତିଙ୍କ ମେଡିକାଲ୍ ରେକର୍ଡକୁ ବିଶ୍ଲେଷଣ କରାଯାଇ ତାଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କୁ ଏନେଇ ଅଧିକ ପଚରାଉଚରା କରାଯାଇଥାଏ । ସୂତ୍ରନୁସାରେ,ପୋଲିସକୁ ଜାଞ୍ଚ୍ ସମୟରେ ଜଣାପଡିଲା ପରିବାରର ଜଣେ ସଦସ୍ୟ ଲଲିତ ଚୁଡାବନ୍ତ ନିଜ ମୃତ ପିତାଙ୍କଠାରୁ ନିର୍ଦ୍ଦେଶ ମିଳିବା କଥା କହି ପରିବାର ଲୋକଙ୍କଠାରୁ ମଧ୍ୟ କିଛି ଅଜବ ଗତିବିଧି କରାଉଥିଲେ ।