କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ । ଆଜି ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । ତେବେ ଆଜି ଅଣ୍ଡର-୧୯ ବିଶ୍ୱ କପ ବିଜେତା ଟିମର ଅଧିନାୟକ ୟଶ ଧୂଲଙ୍କୁ କିଣିଛି ଦିଲ୍ଲୀ । ଦିଲ୍ଲୀ କ୍ୟାପିଟାଲ ପାଇଁ ସେ ଆଇପିଏଲ ଖେଳିବେ । ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ ଦଳ ।

Advertisment

ୟଶ ଧୂଲ ୨୦୨୨ ଅଣ୍ଡର-୧୯ ବିଶ୍ୱକପ ଦଳର ଅଧିନାୟକ ଥିଲେ । ସେ ଭାରତକୁ ୨୦୨୨ ବିଶ୍ୱକପ ବିଜୟୀ କରାଇଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ । ସେ ସେମିଫାଇନାଲ ମ୍ୟାଚରେ ଶତକ ହାସଲ କରି ଭାରତକୁ ଫାଇନାଲରେ ପହଞ୍ଚାଇଥିଲେ ।