ଚାଷୀ ଆନ୍ଦୋଳନ ଭିତରେ ଆଶ୍ୱସ୍ତିକର ଖବର । ୧୨ ଦିନ ପରେ ଖୋଲୁଛି ଦିଲ୍ଲୀସୀମା । ଶମ୍ଭୁ ଓ ଟ୍ରିକି ବର୍ଡରରୁ ହଟାଯାଉଛି ବ୍ୟାରିକେଡ ।
କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ୨୯ ତାରିଖ ଯାଏଁ ସ୍ଥଗିତ ରହିବା ପରେ ଦିଲ୍ଲୀ ସୀମା ଧିରେ ଧିରେ ଖୋଲୁଛି । ପଞ୍ଜାବ ଓ ହରିୟାଣାକୁ ଯୋଗା ଯୋଗ କରୁଥିବା ଶମ୍ଭୁ ଓ ଟିକିରି ବର୍ଡରୁ ଦିଲ୍ଲୀ ପୋଲିସ ପକ୍ଷରୁ ଅସ୍ଥାୟୀ ଭାବେ ଖୋଲାଯାଉଛି । ଦୀର୍ଘ ୧୨ ଦିନ ପରେ ଖୋଲୁଛି ଦିଲ୍ଲୀ ସୀମା । ଶମ୍ଭୁ ବର୍ଡରରେ ଲାଗିଥିବା ବ୍ୟାରିକେଡ ହଟାଇ ଦିଲ୍ଲୀକୁ ଯାତାୟତର ପାଇଁ ବାଟ ଫିଟାଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲେନ ଖୋଲିବାକୁ ନିଷ୍ପତି ନେଇଛି ଦିଲ୍ଲୀ ପୋଲିସ । ଆଜି ସନ୍ଧ୍ୟା ସୁଦ୍ଧା ଶମ୍ଭୁ ଓ ଟ୍ରିକି ବର୍ଡରରେ ଯାତାୟତ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଚାଷୀଙ୍କ ଆନ୍ଦୋଳନ ଡାକରା ପରେ ଫେବୃଆରି ୧୩ ତାରିଖରୁ ଦୀଲ୍ଲୀ ସୀମାକୁ ସିଲ କରାଯାଇଥିଲା । ଫଳରେ ସୀମାବର୍ତ୍ତୀ ଅଞ୍ଚଳର ରୋଗୀ ଚିକିତ୍ସା ସେବା ପାଇଁ ହଇରାଣ ହେଉଥିଲେ ଏବଂ ବ୍ୟବସାୟ ଓ ଶିଳ୍ପ ସଂସ୍ଥା ବିପୁଳ କ୍ଷତି ହେବାର ଆଶଙ୍କା କରୁଥିଲେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଚାଷୀ ଆନ୍ଦୋଳକୁ ୨୯ ତାରିଖ ଯାଏଁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଥିବାରୁ ଦିଲ୍ଲୀ ପୋଲିସ ଯାତାୟାତ ଲାଗି ସିଲ ସୀମାକୁ ଖୋଲିବାକୁ ନିଷ୍ପତି ନେଇଛି । ଯାହା ଦିଲ୍ଲୀ ସୀମାବର୍ତ୍ତୀ ଅଂଚଳର ଲୋକଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ।