କନକ ବ୍ୟୁରୋ : ଦିଲ୍ଲୀ ନଗର ନିଗମ ନିର୍ବାଚନରେ ପରାଜୟ ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଅଧ୍ୟକ୍ଷ ଆଦେଶ ଗୁପ୍ତା । ସେ ତାଙ୍କର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିକଟକୁ ପଠାଇଦେଇଛନ୍ତି । ସୂଚନା ମୁତାବକ ଜେପି ନଡ୍ଡା ଆଦେଶ ଗୁପ୍ତାଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି ।

Advertisment

ସେପଟେ ଆଦେଶ ଗୁପ୍ତାଙ୍କ ଇସ୍ତଫା ପରେ ଦଳ ପକ୍ଷରୁ ବିରେନ୍ଦ୍ର ସଚଦେବାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଆଗାମୀ ଅଧ୍ୟକ୍ଷ ନିର୍ବାଚିତ ହେବା ଯାଏ ସେ କାର୍ଯ୍ୟଭାର ସମ୍ଭାଳିବେ ।

ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ ୨୫୦ ଟି ୱାର୍ଡ ବିଜେପି ୧୦୪ ଟି ୱାର୍ଡରେ ବିଜୟଲାଭ କରିଥିବା ବେଳେ ଆମ୍ ଆଦମୀ ପାର୍ଟି ୧୩୪ ଟି ୱାର୍ଡରେ ବିଜୟଲାଭ କରିଥିଲା । ହେଲେ ଆଦେଶ ଗୁପ୍ତା ରହୁଥିବା ଅଞ୍ଚଳରେ ବିଜେପିକୁ ବିଜୟ ମିଳିନଥିଲା । ହେଲେ ଆଦେଶ ଗୁପ୍ତା କହିଥିଲେ କି ଏଠାରେ ବିଜେପିର ସାଂସଦ ରହୁଥିଲେ ବି ଦଳ ତାଙ୍କ ମୁଣ୍ଡରେ ଦୋଷ ଲଦୁନାହିଁ କାହିଁକି    ?

ସେପଟେ ଆଦେଶ ଗୁପ୍ତା ବିଜେପିର ପରାଜୟ ପରେ କହିଥିଲେ କି ଦଳ ସମସ୍ୟାକୁ ନେଇ ନିର୍ବାଚନ ଲଢିଥିଲା । ୧୫ ବର୍ଷ ଧରି କ୍ଷମତାରେ ଥିଲେ ବି ଦିଲ୍ଲୀ ନଗର ନିଗମରେ ବିଜେପିର ଭଲ କାମ କରିଚାଲିଥିଲା । ହେଲେ ନିର୍ବାଚନ ଫଳ ଆସିବା ପରେ ଗୁପ୍ତା କହିଥିଲେ କି ଏଭଳି ନୁହେଁ କି ଦିଲ୍ଲୀ ନଗର ନିଗମରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବେ ବିଜେପି ଉପରୁ ଭରଶା ତୁଟାଇ ଦେଇଛନ୍ତି । ଏବେ ବି ଅଧା ନାଗରିକ ବିଜେପି ସମର୍ଥନରେ ଥିବା କଥା ସେ ଯୁକ୍ତି ବାଢିଥିଲେ ।